Home ଓଡ଼ିଶା ପୁରୀରେ ପର୍ଯ୍ୟଟନ ବିକାଶ ଲାଗି କୁନା ଦାଶଙ୍କୁ ଶ୍ରୀକ୍ଷେତ୍ର ମିତ୍ର ରୂପେ ନିଯୁକ୍ତ କଲା ଜିଲ୍ଲାପ୍ରଶାସନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀରେ ଜନ୍ମ ଗ୍ରହଣ କରିଥିଲେ ମଧ୍ଯ ଜାପାନକୁ ଦୀର୍ଘ ୩୫ ବର୍ଷ ଧରି ନିଜର କର୍ମଭୂମି ରୂପେ ବାଛିନେଇଥିବା କୁନା ଦାଶଙ୍କୁ ଶନିବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଶ୍ରୀକ୍ଷେତ୍ର ମିତ୍ର ଭାବେ ନିଯୁକ୍ତ ଦେଇଛନ୍ତି। ପର୍ଯ୍ଯଟନ ସହର ପୁରୀର ଐତିହ୍ଯ,କଳା,ସଂସ୍କୃତି,ଭାଷା ଓ ଶିକ୍ଷାର ବହୁଳ ମାତ୍ରାରେ ଜାପାନରେ ପ୍ରଚାର ପ୍ରସାର କରିବାରେ ଶ୍ରୀଦାଶଙ୍କ ଭୂମିକା ଅତୁଳନୀୟ। ଆଗାମୀ ଦିନରେ ପୁରୀକୁ ଅଧିକରୁ ଅଧିକ ବିଦେଶୀ ଓ ଭାରତ ପର୍ଯ୍ୟଟକଙ୍କ ସଂଖ୍ୟା କିପରି ବୃଦ୍ଧି ହେବ ସେ ନେଇ କାର୍ଯ୍ୟ କରିବେ ଶ୍ରୀ ଦାଶ। ଏସଂପର୍କରେ ଶ୍ରୀ ଦାଶ କୁହନ୍ତି,ଜାପାନରେ ଦୀର୍ଘ ବର୍ଷ ରହିବା ସହିତ ପୁରୀ ଓ ଓଡ଼ିଶାର କଳା ଓ ସଂସ୍କୃତି ଏବଂ ପର୍ଯ୍ୟଟନର ପ୍ରଚାର ପ୍ରସାର ଜାରିରଖିଛନ୍ତି । ଫଳରେ ଜାପାନ ସରକାରଙ୍କ ତରଫରୁ ବହୁ ସମ୍ମାନ ମିଳିଛି। ସେହିଭଳି ପୁରୀରେ ଜାପାନ ଭାଷା,ଶିକ୍ଷା,କଳା ଓ ସଂସ୍କୃତିର ପ୍ରଚାର କରାଯାଉଛି। ମାଗଣାରେ ଜାପାନୀ ଭାଷା ସହିତ ଆଇଟି କ୍ଷେତ୍ରରେ ଶିକ୍ଷାଦାନ ଦିଆଯାଉଛି। ଏଥିରେ ଯୁବକମାନେ କୃତକାର୍ଯ୍ୟ ହେବା ପରେ ଜାପାନର ବଡ ବଡ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇଛନ୍ତି। ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ପୁରୀରେ ଜାପାନ ତଥା ବିଦେଶ ପର୍ଯ୍ୟଟକଙ୍କ ଆଗମନ ଏବଂ ଜାପାନର ଉନ୍ନତ ମାନର ଜ୍ଞାନ କୌଶଳ ପ୍ରୟୋଗ କରାଯାଇ କିପରି ପୁରୀ ସହରକୁ ସୁସଜ୍ଜିତ କରାଯିବ ସେ ନେଇ ଉଦ୍ୟମ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ସମୟରେ ପୌରପାଳିକା କାର୍ଯ୍ୟନିର୍ବାହି ଅଧିକାରୀ ଅଭିମନ୍ୟୁ ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପରିପେକ୍ଷୀରେ ଶ୍ରୀ ଦାଶ ଜିଲ୍ଲାପ୍ରଶାସନ ଓ ସହରବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। Categories: ଓଡ଼ିଶା, ପୁରୀ, ହୋମ୍ Related Content ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026 ବାଣପୁର ସବ୍-ରେଜିଷ୍ଟ୍ରାରଙ୍କ ବଦଳି କେବେ! କାର୍ଯ୍ୟକଳାପକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଉଠୁଛି ବିଭିନ୍ନ ପ୍ରଶ୍ନ by Proprietor Abhimanyu Maharana August 9, 2026 ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana August 9, 2026 ନୂଆ ହୋଣ୍ଡା ଜେଡ୍ଆର୍-ଭିର ବଜାର ପ୍ରବେଶ by Proprietor Abhimanyu Maharana August 9, 2026