୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ସ୍ଵତନ୍ତ୍ର ବିସିଜି ଟୀକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାମାକାନ୍ତ ପଣ୍ଡାଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି । ଯକ୍ଷ୍ମାରୋଗର ପ୍ରାଦୁର୍ଭାବକୁ କମ କରିବା ଓ ଏଥି ଜନିତ ଅକାଳ ମୃତ୍ୟୁକୁ ରୋକିବା ପାଇଁ ଏହି ଟୀକା ପ୍ରଭାବଶାଳୀ ଭୂମିକା ଗ୍ରହଣ କରିବ ବୋଲି ମତପୋଷଣ କରାଯାଇଥିଲା । ଏହି ଟୀକା ନେଇଥିବା ଅଙ୍ଗରେ ସାମାନ୍ୟ ଦରଜ, ଫୁଲା ଓ ନାଲି ପଡିବା ଭଳି କିଛି ଅତି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇପାରେ, ଯାହା ଆପେ ଆପେ ଭଲ ହୋଇଯାଇଥାଏ ଓ ଏଥିପାଇଁ କୌଣସି ଚିକିତ୍ସା ଦରକାର ପଡିବ ନାହିଁ ବୋଲି ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାଶ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ବୀଣାପାଣି ନନ୍ଦ, ରାଜ୍ୟ ଚିକିତ୍ସା ଅଧିକାରିଣୀ, ଡାକ୍ତର ରଞ୍ଜିତା ନାୟକ ଡାକ୍ତର ଅଜୟ କୁମାର ବାହିନୀପତି ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ ।

