ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ତାଲା ଝୁଲୁଛି  

୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ  :->  ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଜାତମୁଣ୍ଡିଆ ଗୋଲେଇ ଛକ ଠାରେ ସ୍ଥପିତ ହୋଇଥିବା ପଥପ୍ରାନ୍ତ ସୁବିଧାକେନ୍ଦ୍ର ବନ୍ଦ ହୋଇ ପଡିରହିଛି । ଏହା ଯାତ୍ରୀମାନଙ୍କର ବିଶ୍ରାମ ନେବା ସହ ଅନ୍ୟନ୍ୟ ବିଭିନ ସୁବିଧା ଏଠାରେ ଉପଲବ୍ଧ ଥିବା ବେଳେ ଏହ । ବନ୍ଦ ହୋଇଥିବାରୁ ଯାତ୍ରୀମାନଙ୍କର କୌଣସିି କାମରେ ଲାଗଗୁ ନାହିଁଁ । ଏହି ସୁବିଧା କେନ୍ଦ୍ରର ୩କି.ମି ଆଗରେ ଅଂଶୁପା ହ୍ରଦ,

ପାଖରେ ଅରାଚଣ୍ଡୀ ଏବଂ ଡମପଡ଼ା-ଚନ୍ଦକା ଅଭୟାରଣ୍ୟ ଥିବା ବେଳେ ପ୍ର୍ରତିଦିନ ଶହ ଶହ ପର୍ଯ୍ୟଟକ ବୁଲିିିବାକୁ ଆସୁଥିବା ବେଳେ ଏହିି କେନ୍ଦ୍ର ଟି ସେମାନଙ୍କ ସୁବିଧାରେ ଲାଗିିପାରୁ ନାହିଁ । ଏହା ଅସାମାଜିିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ନିଶା କାରବାର ଚାଲୁଛି ବୋଲି ଲୋକେ କହୁଛନ୍ତି । ତେଣୁ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସୁବିଧାକେନ୍ଦ୍ର ଖୋଲିବା ପାଇଁ ବାଙ୍କୀ ବାସୀ ଅନୁରୋଧ କରିଛନ୍ତି ।

Exit mobile version