୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ନିକଟସ୍ଥ କୁର୍ଙ୍ଗୁଲି ନାଳରେ ଏକ କାର ଦୁର୍ଘଟଣା ଘଟି ଅଳ୍ପେକ ବର୍ତ୍ତିଲେ ଚାଳକ । ସୂଚନା ପ୍ରକାରେ ଶନିବାର ବାଲିଗୁଡା ପଟରୁ ଓଆର୍ ୦୭ ଭି ୩୬୧୬ କାର ଦ୍ରୁତ ଗତିରେ ଫୁଲବାଣୀ ଯାଉଥିବା ବେଳେ ସାରଙ୍ଗଗଡ ଅନ୍ତର୍ଗତ କୁର୍ଙ୍ଗୁଲି ନାଳରେ ଏକ ଆମ୍ବ ଗଛକୁ ଧକ୍କା ଦେଇ ନାଳ ଭିତରକୁ ଓଲଟି ପଡିଥିଲା।
