Home ଓଡ଼ିଶା ନବୀନ ସରକାରଙ୍କ ଦ୍ୱାରା ସମ୍ପୂର୍ଣ ହୋଇଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିକୁ କେବଳ ବିତରଣ କଲେ ମୋହନ ସରକାର : ବିଜେଡି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମଲା ହରିଣକୁ ପାହାର ପକାଇ କହୁଛନ୍ତି ଆମେ ଶିକାର କରିଛୁ ନବୀନଙ୍କ ସମୟରେ ୩୧୩ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଚୁକ୍ତିଭିତ୍ତିକ ନିଯୁକ୍ତି କହି ଏହାକୁ ବିରୋଧ କରୁଥିଲା ବିଜେପି, ଏବେ ସେହି ନିଯୁକ୍ତି ଦେଇ ବାହାଦୁରି ନେବାକୁ ଅପଚେଷ୍ଟା ୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ୧୬,୦୦୯ ଜଣଙ୍କୁ କନିଷ୍ଠ ଶିକ୍ଷକ (ସ୍କିମାଟିକ) ଭାବେ ଆଜି ପ୍ରଦାନ କରାଯାଉଥିବା ନିଯୁକ୍ତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱଧୀନ ବିଜେଡି ସରକାରଙ୍କ ସମୟରେ ସମସ୍ତ କାର୍ଯ୍ୟ ଚୂଡାନ୍ତ ହୋଇଥିଲା ବୋଲି ବିଜୁ ଜନତା ଦଳ ଦୃଢ଼ ଦାବି କରିବା ସହ ମଲା ହରିଣ ଉପରେ ପାହାର ପକାଇ ତାକୁ ଶିକାର କରିଛି ବୋଲି କହିବା ସଦୃଶ୍ୟ ହୋଇଛି ବୋଲି କୁହାଯାଇଛି । ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଓ ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ୍ ମହାନ୍ତି ବିଜେପି ସରକାର ଏକ କପି ପେଷ୍ଟ ସରକାର ବୋଲି ବର୍ଣ୍ଣନା କରିଛନ୍ତି । ଶ୍ରୀ ଖୁଣ୍ଟିଆ କହିଥିଲେ, ଏହି ସ୍କିମାଟିକ ନିଯୁକ୍ତି ପାଇଁ ନବୀନ ସରକାର ୨୨ ଅଗଷ୍ଟ ୨୦୨୩ ଦିନ ଏକ ରିଜଲ୍ୟୁସନ କରିଥିଲେ । ୧୦ ସେପ୍ଟେମ୍ୱର ୨୦୨୩ରେ ଏହି କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଦ୍ୱାରା ବିଜ୍ଞାପନ ପ୍ରକାଶ ପାଇଥିଲା । ଏହି ବିଜ୍ଞାପନ ଅନୁଯାୟୀ ସିବିଟି (Computer Based Examination)ରେ ରଖିଥିବା ମାର୍କ ଅନୁଯାୟୀ ଆବେଦନକାରୀ ପ୍ରାର୍ଥୀ ମାନଙ୍କ ମଧ୍ୟରୁ ଚୟନ କରାଯିବ । ସେହି ଅନୁସାରେ, ୧୫ ଜାନୁଆରୀ ୨୦୨୪ରେ ଡ୍ରାଫ୍ଟ ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା । ୫୮ ଜଣ ଆବେଦନକାରୀ ସରକାରଙ୍କ ୨୨ ଅଗଷ୍ଟରେ ହୋଇଥିବା ରିଜଲ୍ୟୁସନ ଉପରେ ପ୍ରଶ୍ନ ଉଠାଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ୧୮ ଜୁନ ୨୦୨୪ରେ ଉଚ୍ଚ ନ୍ୟାୟାଳୟଙ୍କ ପ୍ରକାଶିତ ହୋଇଥିବା ରାୟରେ, ସରକାରଙ୍କ ରିଜଲ୍ୟୁସନକୁ ବୈଧ କହିଥିଲେ ଓ ନିଯୁକ୍ତି ପ୍ରଣାଳୀଙ୍କୁ ମଧ୍ୟ ବୈଧ କହିଥିଲେ । ବିଜେପି ଏହି ନିଯୁକ୍ତି ପ୍ରକ୍ରିୟାକୁ ସେତେବେଳେ ବିରୋଧ କରୁଥିଲା । ସରକାରକୁ ଆସିବା ପରେ ନବୀନଙ୍କ ସମୟରେ ସମ୍ପୂର୍ଣ୍ଣ ହୋଇଥିବା ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରୁଛନ୍ତି ଓ ଏଥିପାଇଁ ଖବର କାଗଜରେ ବିଜ୍ଞାପନ ନେଇ ନିଜର ଡିଣ୍ଡିମ ପିଟୁଛନ୍ତି । ନବୀନ ପଟ୍ଟନାୟକଙ୍କ ସମୟରେ ଶିକ୍ଷା କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି । ରାଜ୍ୟର ସମସ୍ତ ୩୧୩ ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି, ୫-ଟି ମାଧ୍ୟମରେ ରାଜ୍ୟର ପ୍ରାୟ ୮୫୦୦ ଉଚ୍ଚ ବିଦ୍ୟାଳୟର ରୂପାନ୍ତିକରଣ ହେବା ସହ ରାଜ୍ୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ବୋଲି ଶ୍ରୀ ଖୁଣ୍ଟିଆ କହିଥିଲେ । ବିଜେଡି ମୁଖପାତ୍ର ଡଃ ଲେନିନ୍ ମହାନ୍ତି କହିଥିଲେ, ଶ୍ରମିକ ମାନଙ୍କ ପାରିଶ୍ରମିକ ବୃଦ୍ଧି କଥା ହେଉ ବା ଓଡିଶାକୁ ଶିଳ୍ପାନୁଷ୍ଠାନମାନଙ୍କ ଦ୍ୱାରା ପୁଞ୍ଜି ନିବେଶ କଥା ହେଉ ବା ଶିକ୍ଷକ ନିଯୁକ୍ତି କଥା ହେଉ ନବୀନ ସରକାରଙ୍କ ଛାପ ସବୁଠାରେ ରହିଛି । ନବୀନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ, ଓଡିଶା ଆଜି ଅନେକ କ୍ଷେତ୍ରରେ ସଫଳତା ପାଉଛି । ନବୀନଙ୍କ ସମୟରେ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିଲା କେବଳ କିଛି ଆବେଦନକାରୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହେବା ଯୋଗୁଁ ନିଯୁକ୍ତି ପତ୍ର ଦିଆଯାଇ ପାରିନଥିଲା । ମାନନୀୟ ଉଚ୍ଚ ନ୍ୟାୟାଳୟ ନବୀନ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ନିଯୁକ୍ତି ପ୍ରଣାଳୀଙ୍କୁ ସ୍ୱୀକୃତି ଦେବା ପରେ ବିଜେପି ସରକାର ନିଯୁକ୍ତି ପ୍ରଦାନ କରୁଛନ୍ତି । ବିଜେପି ସରକାରଙ୍କ ଏଥିପାଇଁ ଉଦ୍ୟମ ଶୂନ ହୋଇଥିଲେ ହେଁ ଖବରକାଗଜରେ ବଡ଼ ବଡ଼ ବିଜ୍ଞାପନ ଦେଇ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଡାକି ନିଜର ବାହାଦୁରି ଦେଖାଇବାକୁ ପ୍ରୟାସ କରୁଛନ୍ତି ବୋଲି ଡଃ ମହାନ୍ତି କହିଥିଲେ । ବିଜେପି ସବୁବେଳେ ଚବିଶ ବର୍ଷର ଶାସନ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିବା ବେଳେ ବାସ୍ତବରେ ନବୀନଙ୍କ ସବୁ କାମର କେବଳ ରଙ୍ଗ ଓ ନାମ ପରିବର୍ତ୍ତନ କରି ନିଜର କାର୍ଯ୍ୟକ୍ରମ ବୋଲି କହୁଛନ୍ତି । ଏହି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ସମୟରେ, ବିଜେପି ଏହାକୁ ଚୁକ୍ତିଭିତ୍ତିକ ନିଯୁକ୍ତି କହି ବିରୋଧ କରୁଥିଲା, କିନ୍ତୁ ସେହି ନିଯୁକ୍ତି ଦେଇ ଏବେ ବାହାଦୁରି ନେବାକୁ ଚେଷ୍ଟା କରୁଛି ବୋଲି ଡଃ ମହାନ୍ତି କହିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026