ମାନବିକ ଓ ସାମାଜିକ ମୂଲ୍ୟବୋଧର ପ୍ରତିବିମ୍ବ ହେଉଛି ଏହି ସମ୍ମାନ : ରାଜ୍ୟପାଳ
୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆନ୍ତର୍ଜାତିକ ଭଲିବଲ୍ ଫେଡେରେସନ୍ (ଏଫ୍ଆଇଭିବି)ର ସଭାପତି ଡ. ଆରି ଗ୍ରାସାଙ୍କୁ ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି। ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଡ. ଗ୍ରାସାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ସମଗ୍ର ବିଶ୍ୱରେ ଭଲିବଲ୍ର ବିକାଶ ନେଇ ଡ. ଗ୍ରାସାଙ୍କ ଉଲ୍ଲେଖନୀୟ ଅବଦାନ ସକାଶେ ତାଙ୍କୁ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ ପ୍ରଦାନ କରାଯାଇଥିଲା।

୨୦୨୦ରେ ତାଙ୍କୁ ଏହି ସମ୍ମାନ ଦିଆଯିବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ କୋଭିଡ୍ ମହାମାରୀ ଯୋଗୁଁ ଏହି ସମ୍ମାନ ପ୍ରଦାନ କରାଯାଇପାରି ନ ଥିଲା । ଏହି କାର୍ଯ୍ୟକ୍ରମରେ ଡ. ଗ୍ରାସାଙ୍କ ସମ୍ପର୍କରେ ସୂଚନା ଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ବ୍ରାଜିଲ୍ ବାସିନ୍ଦା ୮୧ ବର୍ଷ ବୟସ୍କ ଗ୍ରାସା ଦୀର୍ଘ ୧୨ ବର୍ଷ ହେଲା ଆନ୍ତର୍ଜାତିକ ଭଲିବଲ୍ ଫେଡେରେସନ୍ର ସଭାପତି ଅଛନ୍ତି । ଏଫ୍ଆଇଭିବି ହେଉଛି ବିଶ୍ୱର ସର୍ବ ବୃହତ କ୍ରୀଡ଼ା ସଂଘ ।
