୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ବ୍ଲକ ବିଡିଓ ଙ୍କ ବିରୁଦ୍ଧରେ ଗୋପ ଥାନାରେ ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ କରିଥିବା ଜାତିଆଣ ଆକ୍ଷେପ ଅଭିଯୋଗ ର ଫଳସରୂପ ବ୍ଲକ ର 31 ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷ ଏବଂ ପିଲାମାନେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଆଜକୁ ଚାରି ଦିନ ହେଵ ବିଭିର୍ନ୍ନ କାର୍ଯ୍ୟ ଠପ୍ ହୋଇଯାଇଛି । ଗାଁ ଗହଳି ରୁ ଆସୁଥିବା ସାଧାରଣ ଲୋକ ଟିଏ ସବୁ ଆଡୁ ନିରାଶ ହୋଇ ଘରକୁ ଫେରିବା ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ l ଛୋଟ ଶିଶୁ କୁ ସାଙ୍ଗରେ ଧରି ମାଆ ଆସିଛି ଆଧାର ସଂଶୋଧନ କରିବାକୁ ,ଶେଷରେ ନିରାଶ ହୋଇ ଫେରିବାକୁ ପଡୁଛି ।

