Home ଓଡ଼ିଶା ପ୍ରଧାନଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ବ୍ଲକ ଅନ୍ତର୍ଗତ ସୋରଭା ନାରାୟଣୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ସୁଷମା ଦେଇଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଏନପିଏସ ଶିକ୍ଷକ ସଂଘ, ବିଦ୍ୟାଳୟ ପରିଚାଳନା କମିଟି ଓ ସୋରଭା ଗ୍ରାମ ବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ବ୍ଲକ ଶିକ୍ଷା ଅଧିକାରୀ ସୁଶିଲ କୁମାର ବ୍ରହ୍ମା, ସହ ଶିକ୍ଷା ଅଧିକାରୀ ଅଶୋକ କୁମାର ବେହେରା, ଶ୍ରୀମତୀ ବିନୋଦିନୀ ମହାପାତ୍ର, କ୍ଲଷ୍ଟର ସଂଯୋଜକ ଅମୂଲ୍ୟ କୁମାର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ବିପ୍ର ଚରଣ ସାମନ୍ତରାୟ, ଶ୍ରୀଧର ଛାଟୋଇ, ଜବାହର ଖାଁ, ଅଶୋକ ରାଉତ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଫକିର ସ୍ବାଇଁ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ସୁଷମା ଦେଇଙ୍କ ଆଦର୍ଶ ଶିକ୍ଷକତା ଜୀବନ ଉପରେ ଆଲୋକପାତ କରିଥିଲେ। ୧୯୮୮ ମସିହାରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ସୁଷମା ଦେଇ ୩୫ ବର୍ଷର ଦୀର୍ଘ ଚାକିରୀ ଜୀବନରେ ସେ ଜଣେ ଉତ୍ତମ, ଛାତ୍ରବତ୍ସଳ ଓ ଆଦର୍ଶ ଶିକ୍ଷକତା କରି ୩ବର୍ଷ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଦାୟିତ୍ଵ ସମ୍ପାଦନ କରି ଅବସର ଗ୍ରହଣ କରିଛନ୍ତି। ଯେଉଁ ସ୍କୁଲରେ ସେ ଶିକ୍ଷାଦାନ କରିଛନ୍ତି ସେଠାର ନିଷ୍ଠାର ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଓ ସୂ ଚରିତ୍ର ଗଠନ ଉପରେ ଦୃଷ୍ଟି ପ୍ରଦାନ କରିଛନ୍ତି। ତାଙ୍କର ଅବସର ଜୀବନ ସୁସ୍ଥ ଓ ସୁଖମୟ ହେଉ ବୋଲି ଉପସ୍ଥିତ ଅତିଥି ମାନେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଶ୍ରୀମତୀ ସୁଷମା ଦେଇଙ୍କୁ ଭାବ ବିହ୍ୱଳଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବ୍ଲକ ଏନପିଏସ ଶିକ୍ଷକ ସଂଘ ପକ୍ଷରୁ ସଭାପତି ପ୍ରଦୀପ ପାତ୍ର, ସମ୍ପାଦକ ସେକ୍ ସକସୁଦ୍ ହୋସେନ୍, ଆଲୋକ ରଞ୍ଜନ ପ୍ରଧାନ, ଦୀପକ ସେନାପତି, ସମାଜସେବୀ ବିଦ୍ୟାଧର ବେହେରା, ରକ୍ତୋପଳ ନାୟକଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ସାଥି ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ପରି ଶେଷରେ ସୁସଜ୍ଜିତ ଗାଡ଼ିରେ ରୋଷଣୀ କରି ବାଜା ବଜାଇ ଅବସରପ୍ରାପ୍ତ ଶିକ୍ଷୟତ୍ରୀଙ୍କୁ ତାଙ୍କ ବାସଭବନରେ ଛାଡିଥିଲେ। ଏପରି ଭାବ ବିହ୍ବଳ ସମ୍ବର୍ଦ୍ଧନା ଉତ୍ସବ ପାଇଁ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦୁଇ ଶିକ୍ଷକ ପୁତ୍ର ଭୋଳାନାଥ ମୁଦୁଲି ଓ ଜିତେନ୍ଦ୍ରିୟ ମୁଦୁଲି ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026 ବାଣପୁର ସବ୍-ରେଜିଷ୍ଟ୍ରାରଙ୍କ ବଦଳି କେବେ! କାର୍ଯ୍ୟକଳାପକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଉଠୁଛି ବିଭିନ୍ନ ପ୍ରଶ୍ନ by Proprietor Abhimanyu Maharana August 9, 2026 ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana August 9, 2026 ନୂଆ ହୋଣ୍ଡା ଜେଡ୍ଆର୍-ଭିର ବଜାର ପ୍ରବେଶ by Proprietor Abhimanyu Maharana August 9, 2026