Home ଓଡ଼ିଶା ସାଧାରଣ ନିର୍ବାଚନ ପାଇଁ ଜିଲ୍ଲାରେ ସଂଯୋଗ ହେଲା ନୂତନ ମତଦାନ କେନ୍ଦ୍ର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସରସ ଏବଂ ଜନ ଅଂଶଗ୍ରହଣକାରୀ କରିବା ପାଇଁ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମୟୂରଭଞ୍ଜଙ୍କ ତତ୍ୱାବଧାନରେ ଶୁକ୍ରବାର ଦିନ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଭିନ୍ନ ମତଦାନ କେନ୍ଦ୍ର ଗୁଡିକର ପୁନଃ ନାମକରଣ, ସ୍ଥାନାନ୍ତରୀକରଣ ଏବଂ ନୂତନ ମତଦାନ କେନ୍ଦ୍ରର ସଂଯୋଗ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ, ଅତିରିକ୍ତ ଜିଲ୍ଲାପାଳ (ନିର୍ବାଚନ) ଶ୍ରୀ ଦୌଲତ ଚନ୍ଦ୍ରକାର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ସଂଚାଳନାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସୂଚନା ଅନୁସାରେ ବାରିପଦା ନିର୍ବାଚନ ମଣ୍ଡଳୀରେ ଗୋଟିଏ ନୂତନ ମତଦାନ କେନ୍ଦ୍ର ସଂଯୋଗ ହୋଇଥିବା ବେଳେ ବାରିପଦାରେ ସମୁଦାୟ ମତଦାନ କେନ୍ଦ୍ର ସଂଖ୍ୟା ୨୫୫ କୁ ପହଂଚିଛି । ସେହି ପରି ଭାବେ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଦୁଇଟି ବୁଥ ସଂଖ୍ୟା ବଢି ୨୪୩ ଟି ସମୁଦାୟ ବୁଥ ଏବଂ ଯଶୀପୁରରେ ଗୋଟିଏ ନୂତନ ବୁଥ ସହିତ ସମୁଦାୟ ୨୯୩ ସଂଖ୍ୟାରେ ପହଂଚିଛି । ସେହି ପରି ଭାବରେ, ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ବାରିପଦା ନିର୍ବାଚନ ମଣ୍ଡଳୀରେ ୫ଟି ମତଦାନ କେନ୍ଦ୍ରର ସ୍ଥାନାନ୍ତରୀକରଣ ହୋଇଥିବା ବେଳେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ଗୋଟିଏ ମତଦାନ କେନ୍ଦ୍ରର ସ୍ତାନାନ୍ତରୀକରଣ ହୋଇଛି । ସୂଚନା ଥାଉକି, ଜାତୀୟ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଗୋଟିଏ ମତଦାନ କେନ୍ଦ୍ରରେ ୧୫୦୦ ରୁ ଅଧିକ ମତଦାତା ହେଲେ ସେହି ସ୍ଥାନରେ ପରିମେୟକରଣ ବା ରାସନାଲାଈଯେସନ ନିୟମ କାର୍ଯ୍ୟକାରୀ କର ଯାଇ ନୂତନ ବୁଥ କରାଯାଏ। ଆଜିର ଏହି ବୈଠକରେ, ଉପଜିଲ୍ଲାପାଳ ବାରିପଦା ଶ୍ରୀ ଈଶ୍ବର ଚନ୍ଦ୍ର ନାଏକ, ଡେପୁଟି କଲେକ୍ଟର (ଇଲେକ୍ସନ) ଶ୍ରୀ ଦୁର୍ଗାଚରଣ ମୁର୍ମୁ, ସହକାରୀ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ ଦାସ ଉପସ୍ଥିତ ଥିବା ବେଳେ ବିଭିନ୍ନ ରାଜନୈତକ ଦଳର ପ୍ରତିନିଧି ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026