Home ଓଡ଼ିଶା ସାଧାରଣ ନିର୍ବାଚନ ପାଇଁ ଜିଲ୍ଲାରେ ସଂଯୋଗ ହେଲା ନୂତନ ମତଦାନ କେନ୍ଦ୍ର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସରସ ଏବଂ ଜନ ଅଂଶଗ୍ରହଣକାରୀ କରିବା ପାଇଁ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମୟୂରଭଞ୍ଜଙ୍କ ତତ୍ୱାବଧାନରେ ଶୁକ୍ରବାର ଦିନ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଭିନ୍ନ ମତଦାନ କେନ୍ଦ୍ର ଗୁଡିକର ପୁନଃ ନାମକରଣ, ସ୍ଥାନାନ୍ତରୀକରଣ ଏବଂ ନୂତନ ମତଦାନ କେନ୍ଦ୍ରର ସଂଯୋଗ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ, ଅତିରିକ୍ତ ଜିଲ୍ଲାପାଳ (ନିର୍ବାଚନ) ଶ୍ରୀ ଦୌଲତ ଚନ୍ଦ୍ରକାର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ସଂଚାଳନାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସୂଚନା ଅନୁସାରେ ବାରିପଦା ନିର୍ବାଚନ ମଣ୍ଡଳୀରେ ଗୋଟିଏ ନୂତନ ମତଦାନ କେନ୍ଦ୍ର ସଂଯୋଗ ହୋଇଥିବା ବେଳେ ବାରିପଦାରେ ସମୁଦାୟ ମତଦାନ କେନ୍ଦ୍ର ସଂଖ୍ୟା ୨୫୫ କୁ ପହଂଚିଛି । ସେହି ପରି ଭାବେ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଦୁଇଟି ବୁଥ ସଂଖ୍ୟା ବଢି ୨୪୩ ଟି ସମୁଦାୟ ବୁଥ ଏବଂ ଯଶୀପୁରରେ ଗୋଟିଏ ନୂତନ ବୁଥ ସହିତ ସମୁଦାୟ ୨୯୩ ସଂଖ୍ୟାରେ ପହଂଚିଛି । ସେହି ପରି ଭାବରେ, ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ବାରିପଦା ନିର୍ବାଚନ ମଣ୍ଡଳୀରେ ୫ଟି ମତଦାନ କେନ୍ଦ୍ରର ସ୍ଥାନାନ୍ତରୀକରଣ ହୋଇଥିବା ବେଳେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ଗୋଟିଏ ମତଦାନ କେନ୍ଦ୍ରର ସ୍ତାନାନ୍ତରୀକରଣ ହୋଇଛି । ସୂଚନା ଥାଉକି, ଜାତୀୟ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଗୋଟିଏ ମତଦାନ କେନ୍ଦ୍ରରେ ୧୫୦୦ ରୁ ଅଧିକ ମତଦାତା ହେଲେ ସେହି ସ୍ଥାନରେ ପରିମେୟକରଣ ବା ରାସନାଲାଈଯେସନ ନିୟମ କାର୍ଯ୍ୟକାରୀ କର ଯାଇ ନୂତନ ବୁଥ କରାଯାଏ। ଆଜିର ଏହି ବୈଠକରେ, ଉପଜିଲ୍ଲାପାଳ ବାରିପଦା ଶ୍ରୀ ଈଶ୍ବର ଚନ୍ଦ୍ର ନାଏକ, ଡେପୁଟି କଲେକ୍ଟର (ଇଲେକ୍ସନ) ଶ୍ରୀ ଦୁର୍ଗାଚରଣ ମୁର୍ମୁ, ସହକାରୀ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ ଦାସ ଉପସ୍ଥିତ ଥିବା ବେଳେ ବିଭିନ୍ନ ରାଜନୈତକ ଦଳର ପ୍ରତିନିଧି ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ଭୁବନେଶ୍ୱର କୁଆଖାଇ ରେ ପ୍ରସ୍ତୁତ କୁତ୍ରିମ ପୋଖରୀ ରୁ ନର୍ଦମା ପାଣି ପରିକା ବାହାରୁଥିଲା ଦୁର୍ଗନ୍ଧ - ଶ୍ରଦ୍ଧାଳୁଙ୍କ ଅଭିଯୋଗ ପରେ ଆକ୍ସନ ମୋଡ୍ରେ BMC by Proprietor Abhimanyu Maharana October 22, 2026 ଡୁମେରଚୁଆଁରେ ଭାଲୁ ଆକ୍ରମଣରେ ଜୀବନ ଗଲା, ଏବେ ଭାଲୁ ଆତଙ୍କରେ ଥରୁଛି କଣ୍ଟାବାଞ୍ଜି by Proprietor Abhimanyu Maharana October 22, 2026 କଟକ ୬ଷ୍ଠ ପୋଲିସ ବାଟାଲିୟନ ପକ୍ଷରୁ ସହୀଦ ସ୍ମୃତି ଦିବସ ପାଳିତ by Proprietor Abhimanyu Maharana October 22, 2026 ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ ଓ ତାଙ୍କ ପତ୍ନୀ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ସାମ୍ୱାଦିକ 25 ହଜାର ଟଙ୍କା ପ୍ରଦାନ କଲେ by Proprietor Abhimanyu Maharana October 22, 2026 ଦିଲ୍ଲୀର ସାହାପୁରଯାଠରେ ଦୁର୍ଗାପୂଜା ର ରଜତ ଜୟନ୍ତୀ ପାଳନ by Proprietor Abhimanyu Maharana October 21, 2026 Delhi’s Sahapurjat Durga Puja Celebrates Silver Jubilee by Proprietor Abhimanyu Maharana October 21, 2026