Home ଓଡ଼ିଶା ବିଡିଓ ଙ୍କୁ ଦାବିପତ୍ର ନେଇ ମହିଳା ସଂଗଠନ ଘେରିଲେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାଇରଙ୍ଗପୁର :-> ବିଜାତଳା ବ୍ଲକ ଅନ୍ତଗତ ବଡ଼ଝରଣ ପଂଚାୟତ ଆମ୍ବଡିହା ଗ୍ରାମ ର SHG ମହିଳା ମାନେ ବିଜାତଳା ବିଡିଓ ବଂଶୀଧର ଖୋସାଲl ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି l ସୂଚନା ଥାଉକି ଯେଗାଁ ରେ ୩ଟି ନଳକୂପ ଅଛି । ଦୁଇଟି ନଳକୂପ ସଂପୂର୍ଣ୍ଣ ଅଚଳ ଏବଂ ଗୋଟିଏ ନଳକୂପ ରେ ଗୋଳିଆ ପାଣି ବାହାରୁଛି । ଏଭଳି ପରିସ୍ଥିତି ଗାଁ ଲୋକେ ଏକ ପଥର କୂଅ ରୁ ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ସେମାନେ ବିଭିନ୍ନ ରୋଗର ଶୀକାର ହେଉଛନ୍ତି । ଗାଁ ରେ ବିଶୁଦ୍ଧ ପାଣି ପାଇଁ ବସୁଧା ପାଣି ଟାଙ୍କି ବ୍ୟବସ୍ଥl ଏବଂ ଆମ ନବୀନ ଆମ ଓଡିଶା ଯୋଜନା ରେ ପୂର୍ବ ସରକାର ଜନସାଧାରଣ ଙ୍କ ଯାତାୟାତ ର ସୁବିଧା ନିମନ୍ତେ ଗ୍ରାମାଞ୍ଚଳ ରେ ପ୍ରତି ଛକ ରେ ବସ୍ ଷ୍ଟାଣ୍ଡ ନିର୍ମାଣ କରି ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଲକ୍ଷ୍ମୀ ବସ ଚଳାଚଳ ଆରମ୍ଭ କରି ଥିଲେ ମାତ୍ର ସେଥି ମଧ୍ୟରୁଆମ୍ବଡିହା ଛକ ଠାରେ ମଂଜୁର ହୋଇ ନିର୍ମାଣ ହେବାକୁ ଥିବା ଲକ୍ଷ୍ମୀ ବସ ଷ୍ଟାଣ୍ଡ କୁ ବ୍ଲକ ପ୍ରଶାସନ କାମ କୁ ବନ୍ଦ ରଖିଥିବାରୁ ଏହାକୁ ପୁନଃକାର୍ଯ୍ୟ ପାଇଁ ଲିଖିତ ଦାବି ପତ୍ର ଦେଇ ଆଜି ସ୍ୱୟଂ ସହାୟକ ମହିଳା ମାନେ ବ୍ଲକ ଘେରାଉ କରଥିଲେ l Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content କେ.ନୂଆଗାଁ ପୋଲିସର ସଫଳତା, ୯ ଜୁଆଡି ଗିରଫ : ଲକ୍ଷାଧିକ ଟଙ୍କା ଜବତ by Proprietor Abhimanyu Maharana October 23, 2026 ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ , ୭ଟି ସ୍ଥାନରେ ରେଡ୍ : ବିପୁଳ ପରିମାଣର ସମ୍ପତ୍ତି ଠାବ by Proprietor Abhimanyu Maharana October 23, 2026 ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ‘ରେଳ ଜନ ସମ୍ବାଦ’ ଆୟୋଜିତ by Proprietor Abhimanyu Maharana October 23, 2026 ମୁକୁଳା ଡ୍ରେନ୍ ମରାମତି ସହିତ ସ୍ଲାବକଭର କାର୍ଯ୍ୟରେ ବ୍ୟତିକ୍ରମ କୁ ତଦାରଖ କରିବା ପାଇଁ ଦାବି by Proprietor Abhimanyu Maharana October 22, 2026 ଖଣ୍ଡପଡା ସହର ସମେତ ଗ୍ରାମାଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଦଶହରା ବହୁ ଧୂମଧାମରେ ପାଳନ କରାଯାଉଛି by Proprietor Abhimanyu Maharana October 22, 2026 ଭୁବନେଶ୍ୱର କୁଆଖାଇ ରେ ପ୍ରସ୍ତୁତ କୁତ୍ରିମ ପୋଖରୀ ରୁ ନର୍ଦମା ପାଣି ପରିକା ବାହାରୁଥିଲା ଦୁର୍ଗନ୍ଧ - ଶ୍ରଦ୍ଧାଳୁଙ୍କ ଅଭିଯୋଗ ପରେ ଆକ୍ସନ ମୋଡ୍ରେ BMC by Proprietor Abhimanyu Maharana October 22, 2026