Home ଓଡ଼ିଶା ଶିକ୍ଷକ ମାନଙ୍କ ପାଇଁ ଦୁଇ ଦିନିଆ ଗୃହ ଭିତ୍ତିକ ପ୍ରକଳ୍ପ ଶିକ୍ଷା ତାଲିମ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଶିକ୍ଷାଦାନ କ୍ଷେତ୍ରରେ ଶିଶୁ-କେନ୍ଦ୍ରିକ ଶିକ୍ଷଣ ପରିବେଶ ଯୋଗାଇବା ଏବଂ ବିଦ୍ୟାଳୟ ଗୁଡ଼ିକ ଧ୍ୟାନ ରଖିବା ନିଶ୍ଚିତ କରିବା ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ଉପ ବିଭାଗର ତତ୍ୱାବଧାନରେ ବାରିପଦା ସ୍ଥିତ ଜିଲ୍ଲା ପଞ୍ଚାୟତ ଉତ୍ସ କେନ୍ଦ୍ର ସମ୍ମିଳନୀ ହଲରେ ଆଜି ଦୁଇ ଦିନିଆ ଗୃହ ଭିତ୍ତିକ ପ୍ରକଳ୍ପ ଶିକ୍ଷା ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠି ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ କହିଥିଲେ ଯେ,” ଆମର ଲକ୍ଷ୍ୟ ହେଉଛି ଶିକ୍ଷା ପଦ୍ଧତିରେ ଅଭିନବ ସମାଧାନର ବିକାଶ, ଉନ୍ନତି ଯୋଜନାରେ ସହଯୋଗ କରିବା ସହ ବିଦ୍ୟାଳୟର ନେତୃତ୍ୱ ଏବଂ ପରିଚାଳନା ମଧ୍ୟରେ ସ୍ଥାୟୀ ଯୁଗ ଉପଯୋଗୀ ପରିବର୍ତ୍ତନକୁ ସମର୍ଥନ କରିବା । ଏଥି ପାଇଁ ଶିକ୍ଷାଦାନର ମାନ ବୃଦ୍ଧି ହେବ ଆବଶ୍ୟକ।” ଏହି ଦୁଇ ଦିନିଆ ତାଲିମ ଶିବିରରେ ମୟୂରଭଞ୍ଜ ଏବଂ କେନ୍ଦୁଝରର ଓଡ଼ିଆ ଭାଷା ସାହିତ୍ୟ ଏବଂ ସାମାଜିକ ବିଜ୍ଞାନ ବିଷୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହିତ ଶିକ୍ଷା ପଦ୍ଧତିରେ କିଭଳି ଉନ୍ନତି ଆଣି ହେବ ସେ ବିଷୟରେ ନିଜର ବହୁମୂଲ୍ୟ ମତାମତ ପ୍ରକାଶ କରିଥିଲେ। ସୂଚନା ଥାଉକି ଏହି କାର୍ଯ୍ୟକ୍ରମ, ଓଡିଶା ସରକାରଙ୍କର ଅନୁସୂଚିତ ଜାତି ଓ ଅନୁସଚିତ ଜନଜାତି ବିଭାଗ ତରଫରୁ Mantra4Change & Education ସହ ମିଳିତ ଭାବେ ଆୟୋଜନ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ଦାଶ ଏହି କାର୍ଯ୍ୟକ୍ରମର ସଂଚାଳନ କରିଥିଲେ। Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026