Home ଓଡ଼ିଶା ସିଲଭର ଗାନ୍ଧୀଙ୍କର ଦିଲ୍ଲୀଠାରୁ ହରିୟାଣା ପଦଯାତ୍ରା ସମାପନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :-> ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସଡ଼ର ସିଲଭର ଗାନ୍ଧୀ ଭାବରେ ପ୍ରସିଦ୍ଧ ମୋହନ ମହାପାତ୍ର ନିକଟରେ ନୂଆଦିଲ୍ଲୀଠାରୁ ହରିୟାଣା ପର୍ଯ୍ୟନ୍ତ ତାଙ୍କର ତିରିଶ ଦିନିଆ ପଦଯାତ୍ରା ସମାପନ କରିଛନ୍ତି । ସ୍ୱଚ୍ଛ ଭାରତ ଗଠନ, ମା’ ପାଇଁ ଗଛଟିଏ ରୋପଣ ଏବଂ ଘରେଘରେ ତ୍ରିରଙ୍ଗା ଉତ୍ତୋଳନ ଆଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆହ୍ବାନଗୁଡ଼ିକୁ ପ୍ରଚାର, ପ୍ରସାର ଏବଂ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଏହି ପଦଯାତ୍ରା ଆୟୋଜିତ ହୋଇଥିବା ଜଣାଯାଇଛି। ନୂଆଦିଲ୍ଲୀଠାରେ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସିଲଭର ଗାନ୍ଧୀଙ୍କର ଏହି ବହୁ ଆକାଂକ୍ଷିତ ପଦଯାତ୍ରାର ଶୁଭାରମ୍ଭ ପର୍ବରେ ସାମିଲ ହୋଇଥିବା ଦେଖାଯାଇଥିଲା । ହରିୟାଣାର କୁରୁକ୍ଷେତ୍ରଠାରେ ଏହି ଯାତ୍ରାର ଉଦଯାପନୀ ଉତ୍ସବରେ କେନ୍ଦ୍ର ଶକ୍ତି ଓ ସହରୀ ବ୍ୟାପାର ମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ହରିଆଣା ରାଜ୍ଯର ସହର ବ୍ୟାପାର ଓ ଗୃହ ନିର୍ମାଣ ମନ୍ତ୍ରୀ ସୁଭାଷ ସୁଧା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଶ୍ରୀ ଖଟ୍ଟର ଓ ଶ୍ରୀ ସୁଧା ସିଲଭର ଗାନ୍ଧୀଙ୍କୁ ବ୍ୟକ୍ତିଗତ ଭାବେ ପାଛୋଟି ନେବା ସାଙ୍ଗକୁ ତାଙ୍କର ପଦଯାତ୍ରା ଦ୍ୱାରା ଯୁବ ସମ୍ପ୍ରଦାୟ ସକାରାତ୍ମକ ପ୍ରେରଣା ଲାଭ କରିବେ ବୋଲି ମତ ପ୍ରକାଶ କରିଥିଲେ । ଯାତ୍ରା ମଧ୍ୟରେ ସିଲଭର ଗାନ୍ଧୀ ସେପ୍ଟେମ୍ବର ୧୭ ତାରିଖରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅକ୍ଟୋବର ୨ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଜନ୍ମ ଦିବସ ଏବଂ ସ୍ଵଚ୍ଛ ଭାରତ ମିଶନର ୧୦ ବର୍ଷ ପୂର୍ତ୍ତି ମଧ୍ଯ ପାଳନ କରିଥିବାର ଖବର ହସ୍ତଗତ ହୋଇଛି। ଏହା ପୂର୍ବରୁ ଗୁଜୁରାଟରୁ ଦିଲ୍ଲୀ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରଥମ ଦଫାର ପଦଯାତ୍ରାକୁ ଗାନ୍ଧୀ ନଗରଠାରେ ରାଜ୍ଯର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଉଦଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ପଟେଲ ପ୍ରଦୂଷଣ ମୁକ୍ତ ସ୍ୱଚ୍ଛ ଓ ସବୁଜ ଭାରତ ଗଠନ ଦିଗରେ ସିଲଭର ଗାନ୍ଧୀ ଲଗାତାର ଭାବେ ଜାରି ରଖିଥିବା ସାଧୁ ଉଦ୍ୟମର ସଫଳତା ପାଇଁ ତାଙ୍କୁ ଶୁଭକାମନା ଜଣାଇଥିଲେ। ସେତେବେଳର ଯାତ୍ରାକୁ ସମ୍ପୂର୍ଣ୍ଣ କରି ପଦଯାତ୍ରୀ ସିଲଭର ଗାନ୍ଧୀ ଜାତୀୟ ରାଜଧାନୀରେ ପାଦ ଦେବା ମାତ୍ରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଉତ୍ତର ପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀ, ତାଙ୍କୁ ଉଚ୍ଛ୍ୱସିତ ସମ୍ଵର୍ଦ୍ଧନା ପ୍ରଦାନ କରିଥିଲେ। ନୁଆଦିଲ୍ଲୀଠାରେ ସେତେବେଳେ ଏହି ଯାତ୍ରାର ଉଦଯାପନୀ ଅଧିବେଶନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଉପଲକ୍ଷେ ଶ୍ରୀ ପ୍ରଧାନଙ୍କର କୁଷକ ରୋଡ଼ ସ୍ଥିତ ବାସଭବନରେ ଆୟୋଜିତ ଏକ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିବା ଜଣାଯାଇଥିଲା । ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ତାଙ୍କର ଧର୍ମପତ୍ନୀ ମୃଦୁଳା ପ୍ରଧାନ, ସିଲଭର ଗାନ୍ଧୀ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ବଧାଇ ଜଣାଇଥିଲେ। ପରିବେଶ ସୁରକ୍ଷା ସମ୍ପର୍କରେ ଭାରତ ବର୍ଷର କୋଣ ଅନୁକୋଣରେ ସଚେତନତା ସୃଷ୍ଟି କରିବା ଅଭିପ୍ରାୟରେ ସିଲଭର ଗାନ୍ଧୀଙ୍କର ପଦଯାତ୍ରା ଜରିଆରେ ମହତ ପ୍ରୟାସକୁ ଶ୍ରୀ ପ୍ରଧାନ ଭୂରିଭୂରି ପ୍ରଂଶସା କରିଥିଲେ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜୀବନ, ଦର୍ଶନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ତାଙ୍କର ବାର୍ତ୍ତାକୁ ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ପହୁଁଞ୍ଚାଇବାକୁ ଅନବରତ ଭାବେ ଚେଷ୍ଟିତ ଥିବା ସିଲଭର ଗାନ୍ଧୀ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆସନ୍ତା ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ମୋହନ ମହାପାତ୍ରଙ୍କର ଜୀବନୀକୁ ଆଧାର କରି ୬ ଟି ଭାଷାରେ ପ୍ରସ୍ତୁତ ‘ସିଲଭର ଗାନ୍ଧୀ ଇଣ୍ଡିଆ’ ଶୀର୍ଷକ ବଲିଉଡ ଚଳଚ୍ଚିତ୍ର ସମଗ୍ର ଦେଶର ୫୦୦ ଟି ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି । Categories: ଓଡ଼ିଶା, ଦେଶ, ହୋମ୍ Related Content Advanced planning and a dedicated workforce have enabled TPCODL to ensure seamless power supply during the 2026 Rath Yatra by Proprietor Abhimanyu Maharana July 28, 2026 ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି ଟିପିସିଓଡିଏଲ୍ by Proprietor Abhimanyu Maharana July 28, 2026 ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ by Proprietor Abhimanyu Maharana July 28, 2026 Srusti Academy of Management and Technology Becomes an AI-Enabled Campus by Proprietor Abhimanyu Maharana July 28, 2026 ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ by Proprietor Abhimanyu Maharana July 28, 2026 ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ by Proprietor Abhimanyu Maharana July 28, 2026