Home ଓଡ଼ିଶା ବାଲୁଗାଁ ରାସ୍ତାପାର୍ଶ୍ୱରୁ ହଟିଲା ଜବରଦଖଲ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ବାଲୁଗାଁ ବଜାର ଦେଇ ଯାଇଥିବା ୫ ନମ୍ବର ଜାତୀୟ ରାଜପଥର ୪ ଲେନ ବିଶିଷ୍ଟ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସରକାରୀ ଜାଗାରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ଜବରଦଖଲକାରୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି l ପ୍ରକାଶ ଯେ, ବାଲୁଗାଁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଏବଂ ମାଛ ବ୍ୟବସାୟ କେନ୍ଦ୍ର ହୋଇଥିବାରୁ ଏଠାକୁ ଦୈନନ୍ଦିନ ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ l ଫଳରେ ସଦାସର୍ବଦା ଏଠାରେ ଟ୍ରାଫିକ ସମସ୍ୟା ଉପୁଜି ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି l ଏହାକୁ ଦୃଷ୍ଟିରେ ରଖି ବାଲୁଗାଁ ବଜାର ଦେଇ ଯାଇଥିବା ସ୍ଥାନୀୟ ଗୋବର୍ଦ୍ଧନ ପୁର ମୌଜା ଜୟପୁର ଠାରୁ ଇଂଜନପୁର ମୌଜା ଗବପଦର ୪ କି ମି ଦୂରତା ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ହେବ l ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଖୋର୍ଦ୍ଧାର କାର୍ଯ୍ୟାଦେଶ ରହିଅଛି l କିଛି ଦିନ ପୂର୍ବରୁ ଚିଲିକା ତହସିଲ ପକ୍ଷରୁ ମାପ ଚୁପ କାର୍ଯ୍ୟ ଶେଷ ହୋଇ ୯୭ ଜଣ ଜବରଦଖଲକାରୀଙ୍କୁ ଚି଼ହ୍ନଟ କରାଯାଇଥିବା ବେଳେ ୪ ତାରିଖରେ ଉଚ୍ଛେଦ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ଚିଲିକା ତହସିଲଦାର ଚକ୍ରଧର ପାଢ଼ୀ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଥିଲେ l ତଦନୁଯାୟୀ ଶୁକ୍ରବାର ପୂର୍ବାହ୍ନରେ ମାଜିଷ୍ଟ୍ରେଟ ଚିଲିକା ଅତିରିକ୍ତ ତହସିଲଦାର ବିଷ୍ଣୁପ୍ରିୟା ବେହେରାଙ୍କ ତତ୍ୱାବଧାନରେ ଗୋବର୍ଦ୍ଧନ ପୁର ମୌଜା ଜୟପୁର ଠାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି l ଏହି ପ୍ରକ୍ରିୟା ତିନି ଦିନ ଧରି ଜାରି ରହିବ ବୋଲି ସୂଚନା ରହିଛି l ବାଲୁଗାଁ ସର୍କଲ ରାଜସ୍ବ ନିରୀକ୍ଷକ ନିକୁଞ୍ଜ ପ୍ରଧାନ, ଅମିନ ଭାଗିରଥି ଜେନା ଓ ଯୁଧିଷ୍ଠିର ରଣସିଂହ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟରେ ସହଯୋଗ ପ୍ରଦାନ କରିଥିଲେ l ବାଲୁଗାଁ ଥାନା କର୍ମଚାରୀ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026