୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ସେଲୁନ କରି ଲୋକଙ୍କ ଚୁଟି କାଟି ନିଜ ପରିବାରର ପ୍ରତିପୋଷଣ କରୁଥିବା ଯୁବକଙ୍କ ପାଖରେ ରହିଛି ଅନେକ ପ୍ରତିଭା । ସେ ସଂଗୀତ ହେଉ କି ଅଭିନୟ ବା ମାଟିରେ ତିଆରି ସୁନ୍ଦର ସୁନ୍ଦର ମୂର୍ତ୍ତି । ଏସବୁ କରି ଆଜି ନିଜ ଅଞ୍ଚଳରେ ବେଶ୍ ଲୋକପ୍ରୀୟତା ସାଉଁଟି ପାରିଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଅଞ୍ଚଳର ନିର୍ମଳ ବାରିକ(୨୮) ଓରଫ ବାବୁ । ପିଲାଟି ଦିନରୁ କଳା ପ୍ରତି ରହିଛି ଅହେତୁକ ରୁଚି । ସ୍କୁଲ ଠାରୁ ଆରମ୍ଭ କରି କଲେଜ୍ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ଓ ଏକକ ଅଭିନୟ ବିଭାଗରେ ଅଂଶ ଗ୍ରହଣ କରି ବେଶ ପ୍ରଶଂସା ସାଉଁଟି ଥିବା ନିର୍ମଳ ,

