ବନ୍ୟଜନ୍ତୁ ସୁରକ୍ଷା ସଚେତନତା ଶୋଭାଯାତ୍ରା

୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା : -> ଦଶପଲ୍ଲା ବନାଂଚଳ ଅଧିକାରୀ ସୁଦର୍ଶନ ଦେହୁରୀ କଂ ନେତୃତ୍ୱରେ ବନବିଭାଗ ପକ୍ଷରୁ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଦଶପଲ୍ଲା ଉଚ୍ଚବିଦ୍ୟାଳୟ ସମ୍ମୁଖସ୍ଥ ପୁରୁଣା ବନାଞ୍ଚଳ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରା ବାହାରି ଦଶପଲ୍ଲା ସହର ପରିକ୍ରମା କରିବା ସହିତ ଜଗାପୁରରୋଡ଼୍ ସ୍ଥିତ ନୂତନ ବନାଞ୍ଚଳ କାର୍ଯ୍ୟାଳୟଠାରେ ଶେଷ ହୋଇଥିଲା ।

ଏହି ଶୋଭାଯାତ୍ରାରେ  ପରିବେଶକୁ ପଲଥିନ୍ ମୁକ୍ତ କରିବା ସହ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସମସ୍ତେ ଏକାଠି ହେବାକୁ ଆହ୍ବାନ ଦିଆଯାଇଥିଲା। ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଦର ବନପାଳ ଶ୍ରବଣ କୁମାର ବଳିଆରସିଂ, ପୋଖରୀଗୋଛା ବନପାଳ ଆଲୋକ କୁମାର ଗୁରୁଙ୍କ ସମେତ ଅନ୍ୟ ବନପାଳ, ବନରକ୍ଷୀ ଏବଂ ଷ୍ଟାର୍ଡ ଏବଂ ଓ୍ବାଚର୍ ମାନେ ସାମିଲ୍ ହୋଇଥିଲେ ।

Exit mobile version