୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ପୁଣି କଲବଲ କଲାଣି ପରିବା ଦର । ଆଳୁ ପିଆଜ ଦର ତ ଖସୁନି, ଏହାସାଙ୍ଗକୁ ପରିବାର ଦର ହୁ ହୁ ହୋଇ ବଢ଼ି ଚାଲିଛି। ବଜାରରେ ପରିବା ଯାହାକୁ ଯେତେ କିନ୍ତୁ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏବେ ପ୍ରାୟ ସବୁ ପରିବା କିଲା ପିଛା ୬୦ରୁ ୭୦ ଟଙ୍କା ଉପରେ ବିକ୍ରି ହେଉଛି। କୌଣସି କଞ୍ଚା ପରିବାରେ ହାତ ମାରି ହେଉନାହିଁ । ଅଧିକାଂଶ ପରିବାର ଦର କିଲୋ ପିଛା ଦୁଇରୁ ତିନି ଗୁଣ ବୃଦ୍ଧି ପାଇଛି। ଯାହା ଖାଉଟିଙ୍କ ଚିନ୍ତାର କାରଣ ହୋଇଛି। ଆଳୁ କିଲୋ ୩୫ଟଙ୍କାରୁ ତଳକୁ ଖସୁନଥିବା ବେଳେ ପିଆଜ ୭୦ଟଙ୍କାରୁ ତଳକୁ ଆସୁନି। ସେହିଭଳି ବାଇଗଣ ଦୀର୍ଘ ଦିନ ଧରି ୬୦ ଟଙ୍କା ଉପରେ ରହିଛି ।
