Home ଓଡ଼ିଶା ଭୁବନେଶ୍ୱରରେ କିସ୍ନା ଡାଇମଣ୍ଡ ଆଣ୍ଡ୍ ଗୋଲ୍ଡ ଜୁଏଲାରୀର ପ୍ରଥମ ଏକ୍ସକ୍ଲୁସିଭ ଶୋ’ରୁମ୍ର ଶୁଭାରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଦେଶବ୍ୟାପୀ ଏହାର ୪୧ତମ ଶୋ’ରୁମକୁ ଚିହ୍ନିତ କରୁଛି ୦୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ଓଡିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଏକ୍ସକ୍ଲୁସିଭ ଶୋ’ରୁମ୍ର ବିଶାଳ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି। ଏହା ଦେଶବ୍ୟାପୀ କିସ୍ନାର ୪୧ତମ ଏକ୍ସକ୍ଲୁସିଭ ଶୋ’ରୁମ୍କୁ ଚିହ୍ନିତ କରୁଛି। ଏହି ଶୋ’ରୁମ୍ର ଉଦ୍ଘାଟନରେ ହରି କ୍ରିଷ୍ଣା ଗ୍ରୁପ୍ର ପ୍ରତିଷ୍ଠାତା ଓ ଏମ୍ଡି ଘନଶ୍ୟାମ ଢୋଲକିଆ ଏବଂ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀର ନିର୍ଦ୍ଦେଶକ ପରାଗ ଶାହ ଉପସ୍ଥିତ ଥିଲେ। ଏହି ବିଶାଳ ଶୁଭାରମ୍ଭକୁ ପାଳନ କରିବା ପାଇଁ କିସ୍ନା ପକ୍ଷରୁ ହୀରା ଅଳଙ୍କାରର ମେକିଙ୍ଗ୍ ଚାର୍ଜ ଉପରେ ୧୦୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଉତ୍ସାହକୁ ଅଧିକ ବୃଦ୍ଧି କରି କିସ୍ନା ପକ୍ଷରୁ ଏକ ଆକର୍ଷଣୀୟ ଲକି ଡ୍ର’ କ୍ୟାମ୍ପେନ ‘ହାସଟ୍ୟାଗ ଅବ୍କି-ବାର୍-ଆପ୍କେ-ଲିୟେ-ସପ୍ ଆଣ୍ଡ ୱିନ୍ ଏ କାର୍’ର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ଗ୍ରାହକମାନେ ୧୦୦ରୁ ଅଧିକ କାର୍ ଜିତିପାରିବେ। ଉପଭୋକ୍ତାମାନେ ସର୍ବନିମ୍ନ ୨୦,୦୦୦ ଟଙ୍କା କିମ୍ବା ତାହାଠାରୁ ଅଧିକ ମୂଲ୍ୟର ଏକ ଡାଇମଣ୍ଡ/ପ୍ଲାଟିନମ/ସଲିଟାୟାର ଜୁଏଲାରୀ କିମ୍ବା ୫୦୦୦୦ ଟଙ୍କା ମୂଲ୍ୟର ଗୋଲ୍ଡ ଜୁଏଲାରୀ କ୍ରୟ କରି ଏହି କ୍ୟାମ୍ପେନରେ ଅଂଶଗ୍ରହଣ କରିପାରିବେ। ଭାଗ୍ୟଶାଳୀ ବ୍ୟକ୍ତିଙ୍କୁ ଚୟନ କରାଯିବ ଏବଂ କିସ୍ନା ପକ୍ଷରୁ ଏକ କାର୍ ଉପହାର ଆକାରରେ ଦିଆଯିବ। ଏହି ଶୁଭାରମ୍ଭ ଅବସରରେ ହରି କ୍ରିଷ୍ଣା ଗ୍ରୁପ୍ର ପ୍ରତିଷ୍ଠାତା ଓ ଏମ୍ଡି ଘନଶ୍ୟାମ ଢୋଲକିଆ କହିଛନ୍ତି, “ପାର୍ବଣ ଋତୁ ସମୟରେ ଆମର ଭୁବନେଶ୍ୱର ଆଉଟଲେଟ୍ର ଶୁଭାରମ୍ଭ କରିବା ଆମର ଉପଭୋକ୍ତାଙ୍କ ସହ ନୂତନ ଆରମ୍ଭକୁ ପାଳନ କରିବା ପାଇଁ ଏକ ଉପଯୁକ୍ତ ସୁଯୋଗ ଅଟେ। ଏହି ସମ୍ପ୍ରସାରଣ ଆମର ‘ହର୍ ଘର୍ କିସ୍ନା’ ଲକ୍ଷ୍ୟ ସହ ଜଡିତ ରହିଛି, ଯେଉଁଠାରେ ଆମେ ପ୍ରତ୍ୟେକ ମହିଳାଙ୍କ ହୀରା ଅଳଙ୍କାର କ୍ରୟ କରିବାର ସ୍ୱପ୍ନକୁ ପୂରଣ କରି ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଜୁଏଲାରୀ ବ୍ରାଣ୍ଡରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛୁ।” ସେହିପରି କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀର ନିର୍ଦ୍ଦେଶକ ପରାଗ ଶାହ କହିଛନ୍ତି, “ଭୁବନେଶ୍ୱରରେ ଆମର ଏକ୍ସକ୍ଲୁସିଭ ଶୋ’ରୁମ୍ର ଶୁଭାରମ୍ଭ ଭାରତବ୍ୟାପୀ କିସ୍ନାକୁ ଏକ ଘରୋଇ ନାମରେ ପରିଣତ କରିବା ନେଇ ଆମର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି। ପ୍ରତ୍ୟେକ ନୂଆ ଶୋ’ରୁମ ସହିତ ଆମେ ଚମତ୍କାର କାରିଗରୀ, ଗୁଣବତା ଓ ସୁଲଭତାର ପ୍ରତିଶ୍ରୁତି ଆଣିଛୁ, ଯାହା ଆମର ଉପଭୋକ୍ତା ମାନେ ସର୍ବୋତମ ଉତ୍ପାଦ ଓ ମୂଲ୍ୟ ପାଇବେ ବୋଲି ସୁନିଶ୍ଚିତ କରୁଛି ।” କିସ୍ନାର ଫ୍ରାଂଚାଇଜି ପାର୍ଟନର ଅମ୍ରିତ କୁମାର ଅଗ୍ରୱାଲ କହିଛନ୍ତି, “ ଭୁବନେଶ୍ୱରରେ କିସ୍ନାର ପ୍ରଥମ ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଲଂଚ୍ କରିବା ଏକ ସମ୍ମାନର ବିଷୟ। ଗୁଣବତା ଓ ବିସ୍ତୃତ ବିବରଣୀ ପ୍ରତି କିସ୍ନାର ସମର୍ପଣ ସୁପରିଚିତ ଅଟେ ଏବଂ ଆମେ ନିଶ୍ଚିତ ଯେ, ଏହି ଷ୍ଟୋର୍ ଓଡିଶାରେ ବିଶେଷ କରି ପାର୍ବଣ ଋତୁ ସମୟରେ ଅଳଙ୍କାର ପ୍ରେମୀଙ୍କ ପାଇଁ ଏକ ପସନ୍ଦର ଗନ୍ତବ୍ୟସ୍ଥଳୀରେ ପରିଣତ ହେବ।” କିସନାର ଫ୍ରାଂଚାଇଜି ପାର୍ଟନର ସଞ୍ଜୀବ ହଂସ କହିଛନ୍ତି ଯେ, ନୂତନ ଭାବେ ଆରମ୍ଭ ହୋଇଥିବା କିସନା ସୋ’ରୁମ୍ ନିଜ ପାଖରେ ଗହଣା ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ପସନ୍ଦର ସ୍ଥାନ ହେବ।’ ସୁନା ହୀରା ହାର ହେଉ, ପୁରୁଷଙ୍କ ପାଇଁ ହୀରା ମୁଦି ହେଉ କିମ୍ବା ମହିଳାଙ୍କ ପାଇଁ ସୁନା ହୀରା କାନଫୁଲ ଇତ୍ୟାଦି ହେଉ, ସୋ’ରୁମ୍ ପ୍ରତ୍ୟେକ ଶୈଳୀ ଅନୁଯାୟୀ ବ୍ୟାପକ ରେଞ୍ଜ ପ୍ରଦାନ କରୁଛି” ବୋଲି କିସନାର ଫ୍ରାଂଚାଇଜି ପାର୍ଟନର ଶ୍ରୀମତୀ ମେହେନ୍ଦି ଅଗ୍ରୱାଲ କହିଛନ୍ତି । ସମୁଦାୟର ସେବା କରିବା ପ୍ରତି କିସ୍ନାର ପ୍ରତିବଦ୍ଧତା ସହ ଜଡିତ ହୋଇ କିସ୍ନା ପକ୍ଷରୁ ଏହି ଲଂଚ୍ ଇଭେଂଟ୍ର ଅଂଶ ଭାବେ ଏକ ବୃକ୍ଷରୋପଣ ଅଭିଯାନ ପରିଚାଳନା କରାଯାଇଥିଲା । ଏହାବ୍ୟତୀତ କିସ୍ନା ପକ୍ଷରୁ ବଂଚିତ ଲୋକମାନଙ୍କ ପାଇଁ ଖାଦ୍ୟ ବଂଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026