ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :->  ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅବସ୍ଥିତ ଗାନ୍ଧୀ ପାର୍କ ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ରାମଧୂନ ଗାନ କରି ଛାତ୍ର କଂଗ୍ରେସର କର୍ମକର୍ତା ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ସମଗ୍ର ବିଶ୍ୱବିଦ୍ୟାଳୟକୁ ପରିକ୍ରମା କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ଗାନ୍ଧୀବାଦ ହିଁ ମୁକ୍ତିର ଆଲୋକ ।

ଦେଶକୁ ବା ସମାଜକୁ ସାମ୍ପ୍ରଦାୟିକ ସଂକୀର୍ଣ୍ଣତା, ଧର୍ମାନ୍ଧତା, ବସ୍ତୁବାଦୀ ଚିନ୍ତାଧାରା, ନିଶାର ପ୍ରସାର, ହିଂସା, ଇର୍ଷା ଗ୍ରାସ କରିଛି । ଏଥିରୁ ମୁକ୍ତିପାଇଁ ଗାନ୍ଧୀ ଦର୍ଶନରେ ହିଁ ଆମକୁ ଅନୁପ୍ରାଣୀତ ହେବାକୁ ପଡ଼ିବ । ଛାତ୍ର ସମାଜ ଦେଶ ଗଠନରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ଆମେ ଆଜିର ପବିତ୍ର ଦିନରେ ସମାଜରେ ବା ଦେଶରେ ଭାତୃଭାବ, ସଂହତୀ, ଭାରତୀୟତା ଏବଂ ଧାର୍ମିକ ସହନଶୀଳତା ବଜାୟ ରଖିବା ପାଇଁ ସଂଗ୍ରାମ କରିବାକୁ ସଂକଳ୍ପବଦ୍ଧ ହେବା । ଆଜିର ଏହି କାର୍ଯ୍ୟକ୍ରମରେ ଅଖିଳେଷ ଯାଦବ, ଆଶିଷ କୁମାର ମାହୁନ୍ତ, ରାଜେଶ ଦାଶ, ସୌମ୍ୟରଞ୍ଜନ ବରାଳ, ଲେନିନ କୁମାର ଜେନା, ପ୍ରାର୍ଥ ସାରଥି ଜେନା, ସରୋଜ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Exit mobile version