Home ଓଡ଼ିଶା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ସଦର ମହକୁମା ସ୍ତିତ ଲକ୍ଷ୍ମୀ ନୃସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର, ଉପଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ କାର୍ଯି, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ବେହେରା, ସମିତି ସଭ୍ୟା ସୁଚିତା ଭୂୟାଁ ମଞ୍ଚାସିନ ହୋଇଥିଲେ। ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଡୋଙ୍କନ ଦେଇ ସମ୍ମାନିତ କରିଥିଲେ। ଶିକ୍ଷାର୍ଥୀ ମାନଙ୍କ ଭିତରେ ପ୍ରତିଯୋଗିତା ମୂଳକ ଭାବେ ସୃଷ୍ଠି କରିବା ଏବଂ ଭବିଷ୍ୟତରେ ଦୈନନ୍ଦିନ ନିଜ ଜୀବନରେ ପ୍ରୟାଗ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ଅତିତ୍ତିଥି ମାନେ ଅଭିଭାଷଣ ରଖିଥିଲ। ସୂଚନା ପ୍ରକାରେ ବ୍ଲକର ମୋଟ ୯୯ଟି ପ୍ରାଥମିକ , ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ରୁ ଆଜି ମଣ୍ଡଳ ସ୍ଥରୀୟ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇ ଥିଲେ। ଏଥିରେ ତୃତୀୟ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଉପ କନିଷ୍ଠ ବର୍ଗ। ଷଷ୍ଠ ଠାରୁ ଅଷ୍ଠମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ବର୍ଗ। ନବମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବରିଷ୍ଠ ବର୍ଗ ହିସାବରେ ବିଭକ୍ତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ବିଜ୍ଞାନ,ଗଣିତ, ସାମାଜିକ ବିଜ୍ଞାନ, ସାଧାରଣ ଜ୍ଞାନ ବା ପର୍ଯ୍ୟବେଷିତ ପ୍ରଶ୍ନକୁ ନେଇ ପ୍ରତିଯୋଗିତା ଭାଗ ନେଇଥିଲେ। ସେହି ପ୍ରତିଯୋଗିତାରେ ବରିଷ୍ଟ , କନିଷ୍ଟ ଏବଂ ଉପକନିଷ୍ଟ ବର୍ଗରେ ପ୍ରଥମ ,ଦ୍ଵିତୀୟ, ତୃତୀୟ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଏବଂ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମରେ ଅତିଥିଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟ କ୍ରମରେ ଶିକ୍ଷକ ବସନ୍ତ କୁମାର ସିଂ ପରିଚାଳନା ଏବଂ ଶିକ୍ଷକ ଯଶୋବନ୍ତ ରଇତ ଶେଷରେ ଧନ୍ୟବାଦ ଦେଇଥିଲା ବେଳେ ବିଭିନ୍ନ କ୍ଷେତ୍ରର ସିଆରସିସି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026 ପୌରାଞ୍ଚଳର ବିଜେଡି ନେତା ଓ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର by Proprietor Abhimanyu Maharana October 2, 2026 Government Issues Strong Warning Against Joining Russian Army : ‘Dangerous and Life-Threatening’ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ : ବରିଷ୍ଠ ନାଗରିକଙ୍କୁ ସମ୍ମାନ, ଅଭିଜ୍ଞତା ଓ ଅବଦାନକୁ ମିଳିଲା ସ୍ୱୀକୃତି by Proprietor Abhimanyu Maharana October 2, 2026