ମୁଖ୍ୟମନ୍ତ୍ରୀ ମକା ମିଶନ ରେ ତାଲିମ ଦାତା ତାଲିମ ଶିବିର

୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :->  ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ର ନୂଆଗଡ ସ୍ଥିତ ଚାଷ ସୂଚନା ଏବଂ ପରାମର୍ଶଦାତା କେନ୍ଦ୍ର ( ଏଫ ଆଇଏ ସି )ଠାରେ କୃଷିବିଭାଗ ସହାୟତାରେ ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ ଜୈବିକ ଓ ଉନ୍ନତ ମା ନର ମକା ଚାଷ ନିମନ୍ତେ ବ୍ଲକ ର ୩୦ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ଏକ ଦୁଇଦିନିଆ ତାଲିମ ଦାତାଙ୍କ ତାଲିମ ଶିବିର ମଦର ଟେରେସା ଚାରିଟାଵଲ ଟ୍ରଷ୍ଟ(ଏମଟିସିଟି ) ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସୁରେନ୍ଦ୍ର ନାଥ ସ୍ୱାଇଁ ,ଆର, ଉଦୟଗିରି ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଏ .ଆର . ପାତ୍ର ,

ନୂଆଗଡ ବ୍ଲକ କୃଷି ଅଧିକାରୀ ଶ୍ରୀ ସେକ ଏହେସନ , ସହକାରୀ କୃଷି ଅଧିକାରୀ ଶ୍ରୀମତୀ ବିଷ୍ନୁପ୍ରିୟ ଗୌଡ଼ , ସତ୍ୟବାନ ସୁରେନ, ମୁଖ୍ୟମନ୍ତ୍ରୀ ମକା ମିଶନ ସ୍କିମ ଅଫିସର ଶ୍ରୀମତୀ ସଂଘମିତ୍ରା ପ୍ରଧାନ ,କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଶ୍ରୀ ସଂଜୀବ କୁମାର ମାଣ୍ଡି ,ମଦର ଟେରେସା ଚାରିଟାଵଲ ଟ୍ରଷ୍ଟର ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ଦଳାଇ,ମୁଖ୍ୟମନ୍ତ୍ରୀ ମକା ମିଶନର ରାଜ୍ୟ ସମ୍ପାଦାନକାରୀ ସଂସ୍ଥା (ଏସ ଏଲ ଏସ) ଏସେଏସ ର ରିଜୋନାଲ ସଂଯୋଜକ ଶ୍ରୀ ବିଶ୍ୱରଂଜନ ପରିଡା ,

ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ମକା ମିଶନ ର ଲକ୍ଷ୳ ଉଦ୍ୟେଶ୍ୟ ବିଷୟରେ ଆଲୋଚନା କରିବା ସହିତ କିଭଳିଭାବେ ଏହି କାର୍ଯ୍ୟକ୍ରମ କୁ ସଫଳ କରାଯାଇପାରିବ , ତାଲିମରେ ଅଂଶ ଗ୍ରହଣ କରିଥିବା ଅଂଶଗ୍ରହଣ କାରୀଙ୍କ କଣ ଭୂମିକା ରହିବ , ଜୈବିକ ଓ ଉନ୍ନତି ପଦ୍ଧତିରେ କିଭଳିଭାବେ ମକା ଚାଷ କରାଯାଇ ଚାଷୀଙ୍କ ଆୟ ବୃଦ୍ଧି କରାଯାଇପାରିବ ଉପସ୍ଥିତ ସମ୍ବଳ ବ୍ୟକ୍ତିମାନେ ମାର୍ଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ମଦର ଟେରେସା ଚାରିଟାଵଲ ଟ୍ରଷ୍ଟର ନୂଆଗଡ ବ୍ଲକ ପ୍ରକଲ୍ପ ସଂଯୋଜକ ଶ୍ରୀ ମହୀତ ରଞ୍ଜନ ଦତ ପରିଚାଳନା କରିଥିଲେ ।

Exit mobile version