୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗନ୍ଧୀଜୟନ୍ତୀ ଅବସରରେ ଆର,ଉଦୟଗିରି ବ୍ଳକର ଛେଳାଗଡ ଗ୍ରାମପଞ୍ଚୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସ୍ବତନ୍ତ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନାଏବ ସରପଞ୍ଚ ସୁମତି ରଇତଙ୍କ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ,ସିଡିିପିଓ ଲଳିତା ପୂଜାରି, ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ସାମାଜିକ ସୁରକ୍ଷା ଅଧିକାରୀ ଅରଣ କୁମାର ଉଦୟଭାନୁ, ଜିପିଇଓ ଦାମୋଦର ରେଡି ପ୍ରମୁଖ ସମ୍ମାନିତ ଅତିଥି ଥିଲେ ।

