୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ମଙ୍ଗଳବାର ସାମାଜିକ ଅନୁଷ୍ଠାନ ଅସ୍ତିତ୍ବ ପକ୍ଷରୁ ବାଙ୍କୀ ର ବିଭିନ୍ନ ସ୍ଥାନରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି।ଏହି ରକ୍ତ ଦାନ ସଚେତନତା କାର୍ଯ୍ୟକ୍ରମ କୁ ବାଙ୍କୀ ସ୍ୱୟଂ ମହା ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ପ୍ରକୃତି ବନ୍ଧୁ ମନୋଜ କୁମାର ମହାପାତ୍ର ଉଦଘାଟନ କରି ରକ୍ତ ଦାନ ମହତ୍ୱ ସମ୍ପର୍କ ରେ ଅବଗତ କରାଇବା ସହ ଜଣେ ବ୍ୟକ୍ତି ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚେଇବା ରେ କିପରି ସହାୟକ ହେଉଛି ତାହା ଉଦାହରଣ ମାଧ୍ୟମ ରେ ଯୁବ ଗୋଷ୍ଠୀ ଓ ପଥଚାରି ମାନଙ୍କୁ ବୁଝେଇ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ଅସ୍ତିତ୍ବର ସମ୍ପାଦକ ସାମାଜିକ କର୍ମୀ ପ୍ରକୃତି ବନ୍ଧୁ ତଥା ସାମ୍ବାଦିକ ଗୌତମ ମିଶ୍ର ଯୁବବର୍ଗ ଙ୍କୁ କହିଥିଲେ ୧୮ ରୁ ୬୫ ବର୍ଷର ଯେ କୌଣସି ସୁସ୍ଥ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିପାରିବେ ।
