୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ-କଟକ ମୁଖ୍ୟରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ହୋଇ ବିପଦ ସଂକୁଳ ଅବସ୍ଥାରେ ରହିଛି । ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ଘଟୁଛି । ଏହି ରସ୍ତାରେ ଯାନବାହନ ଚଳାଚଳରେ ବ୍ୟାଘାତ ଦେଖାଦେଇଛି । ବାଙ୍କୀ ପୂର୍ତ୍ତ ବିଭାଗ ଏହି ଘଟଣା ଅବଗତ ହୋଇଥିଲେ ମଧ୍ୟ ରାସ୍ତା ମରାମତି ପାଇଁ କୌଣସି ଗୁରୁତ୍ୱ ଦେଉନାହାଁନ୍ତି । ଠିକାଦାର ସହ ବିଭାଗ ର ଅଧିକାରୀ ମଧୁଚନ୍ଦ୍ରିକା ଥିବାରୁ ବର୍ଷ ର ଅନେକ ସମୟ ରେ ରୋଡ଼ ମରାମତି କାର୍ଯ୍ୟ ହେଉଛି ।
