ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ପର୍ଯ୍ୟଟକ ସୁରକ୍ଷା କୁ ପ୍ରାଥମିକତା ଦେବି – ନୂଆ ଏସ. ପି

୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀର ନୂତନ ଏସପି ଭାବେ ୨୦୧୬ ବ୍ୟାଚର ଆଇପିଏସ ଅଧିକାରୀ ବିନୀତ ଅଗ୍ରୱାଲ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।ଗତକାଲି ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ।ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଭାବ ବିନିମୟ କରିଥିଲେ।ଶ୍ରୀମନ୍ଦିର ସୁରକ୍ଷା ,ଶୃଙ୍ଖଳିତ ଦର୍ଶନ,ପର୍ଯ୍ୟଟକଙ୍କ ସୁରକ୍ଷା,ପୁରୀକୁ କ୍ରାଇମ ଫ୍ରି ସିଟି କରିବା,ନିଶା ମୁକ୍ତ କରିବା ଓ ଅଭ୍ୟାସଗତ ଆପରାଧିଙ୍କ ଡାଟା ବେସ ପ୍ରସ୍ତୁତ କରିବା ମୁଖ୍ୟ ପ୍ରାଥମିକତା ହେବ ବୋଲି କହିଥିଲେ । ପୁରୀ ଏକ ଧର୍ମ ,ସଂସ୍କୃତି ଓ ପର୍ଯ୍ୟଟନ କେନ୍ଦ୍ର ହୋଇଥିବାରୁ ପ୍ରତି ବର୍ଷ ଲକ୍ଷାଧିକ ଶ୍ରଢାଳୁ ଓ ପର୍ଯ୍ୟଟକ ପୁରୀ ଆସିଥାନ୍ତି ।

ପୁରୀରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତ,ଶ୍ରୀମନ୍ଦିର ପ୍ରଶାସନ ଓ ସମସ୍ତଙ୍କ ସହ ସହଯୋଗ ରକ୍ଷା କରି ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି। କାର୍ତ୍ତିକ ମାସ ଓ ନୂଆ ବର୍ଷ ଆସୁଥିବାରୁ ଭିଡ଼ ନିୟନ୍ତ୍ରଣ ,ଆଇନଶୃଙ୍ଖଳା ପରିସ୍ଥିତି,ଟ୍ରାଫିକ ପରିଚାଳନା ଏକ ଚ୍ୟାଲେଞ୍ଜ ହେବ।ଅପରାଧ ଓ ଆପରାଧିଙ୍କ ବିରୁଦ୍ଧରେ ପୁରୀ ପୋଲିସ ଜିରୋ ଟଲେରାନ୍ସ ନୀତି ଆପଣାଇବ।ସେହିପରି ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ,ସାଇବର ଅପରାଧ ,ଦାଦାବଟି ଆଦାୟ ,ବ୍ରାଉନସୁଗାର କାରବାର ଉପରେ ପୁରୀ ପୋଲିସ ଗୁରୁତର ସହ କାର୍ଯ୍ୟ କରିବ।ଏଥିପାଇଁ ଏକ ସ୍ଵତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସବୁ ପୋଲିସ ଅଧିକାରୀ କାର୍ଯ୍ୟ ସାରିବାକୁ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

Exit mobile version