Home ଓଡ଼ିଶା ଗଜପତି ଜିଲ୍ଳାର କାଶୀନଗର ଠାରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> କୃଷକ ସଂଗଠନ ମାନଙ୍କ ସର୍ବଭାରତୀୟ ମଞ୍ଚ “ସଂଯୁକ୍ତ କିଶାନ୍ ମୋର୍ଚ୍ଚା” ପକ୍ଷରୁ ଆଜି ସର୍ବଭାରତୀୟ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି ।ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ସର୍ବଭାରତୀୟ କମିଟିର ଡାକରା ପରିପ୍ରେକ୍ଷିରେ ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ଠାରେ ବିଭିନ୍ନ କୃଷକ ସଂଗଠନ ମାନଙ୍କ ପକ୍ଷରୁ ଆୟୋଜିତ ପ୍ରତିବାଦରେ ବିଭିନ୍ନ ଗ୍ରାମର ଶତାଧିକ କୃଷକ ଯୋଗ ଦେଇଥିଲେ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୨୦ ମସିହାର ଆଜିର ଦିନରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ଠାରେ ବିଜେପି ନେତା ତଥା ତତ୍କାଳୀନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନୀ’ଙ୍କ ପୁଅ ଓ ତାଙ୍କ ସହଯୋଗୀ ଗୁଣ୍ଡାମାନେ ଶାନ୍ତିପୂର୍ଣ୍ଣ ଭାବେ ରାସ୍ତାରେ ଯାଉଥିବା କୃଷକ ଆନ୍ଦୋଳନର କର୍ମୀମାନଙ୍କ ଉପରେ ନିଜର ଗାଡି ଚଳାଇ ଆକ୍ରମଣ କରିଥିଲେ । ଏଥିରେ ଚାରି ଜଣ କୃଷକ’ଙ୍କ ସହ ଜଣେ ସ୍ଥାନୀୟ ସାମ୍ବାଦିକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହୋଇଥିଲେ । ମୋଦି ସରକାରଙ୍କ ତିନି କଳା ଆଇନକୁ ବିରୋଧ କରି ସେତେବେଳେ ଦିଲ୍ଲୀ ସୀମାନ୍ତରେ କୃଷକ ମାନଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଲକ୍ଷ୍ମୀପୁର ଖେରୀର ଏହି ଘଟଣା ସେତେବେଳେ ସାରା ଦେଶରେ ଚହଳ ପକାଇଥିଲା । ସେହି ଘଟଣାରେ ଶହୀଦ ହୋଇଥିବା କୃଷକମାନଙ୍କୁ ମନେ ପକାଇବା ପାଇଁ ତଥା ସରକାରଙ୍କ କୃଷକ ବିରୋଧି ନୀତିର ପ୍ରତିବାଦ କରିବାକୁ ପ୍ରତିବର୍ଷ ଏହି ଦିନକୁ ପ୍ରତିବାଦ ଦିବସ ଭାବେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ପାଳନ କରାଯାଉଛି ।ଆଜି ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଡାକରାରେ ଅଖିଳ ଭାରତ କିଶାନ୍ ମଜଦୁର ସଭା (ଏ:ଆଇ:କେ:ଏମ:ଏସ:) ର କାଶୀନଗର ବ୍ଲକ କମିଟି ପକ୍ଷରୁ କାଶୀନଗର ଠାରେ ଲକ୍ଷ୍ମୀପୁର ଖେରୀର କୃଷକ ହତ୍ୟା ପ୍ରତିବାଦ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କିଶାନ୍ ମଜଦୁର ସଭା ର ଜିଲ୍ଲା ସମ୍ପାଦକ ଶ୍ରୀ କେଦାର ଶବର , କାଶୀନଗର ବ୍ଲକ ସଭାପତି ଶ୍ରୀ ସମ୍ବାରୁ ଶବର ଙ୍କ ସମେତ ମଜଦୂର ସଭାର ଶ୍ରୀ ଚୈତନ୍ୟ ଶବର , ଶ୍ରୀ ଜୁନେସ ମେଦି ଓ ଗଜପତି ଜିଲ୍ଲା ରଈତ କୁଲି ରଈତ ସଂଘ ପକ୍ଷରୁ ଶ୍ରୀ ଆର୍.ଲୋକନାଥାମ୍ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ କୃଷକ ବିରୋଧି ନୀତିର ପ୍ରତିବାଦ କରିଥିଲେ । କୃଷକମାନଙ୍କ ସବୁ ଫସଲର ସର୍ବନିମ୍ନ ସହାୟକ ଦର ପାଇଁ ଆଇନ ପ୍ରଣୟନ କରିବା , ସବୁ କୃଷକଙ୍କ ସମସ୍ତ କୃଷିଋଣ ଛାଡ କରିବା , କୃଷକ ବିରୋଧି ପ୍ରସ୍ତାବିତ ବିଦ୍ୟୁତ୍ ବିଲକୁ ପ୍ରତ୍ୟାହାର କରିବା , ଜଙ୍ଗଲ ଜମିରେ ଚାଷବାସ କରୁଥିବା ସମସ୍ତ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା , ୬୦ ବର୍ଷ ପରେ ସବୁ କୃଷକଙ୍କୁ ମାସିକ ସର୍ବନିମ୍ନ ପାଞ୍ଚ ହଜାର ଟଙ୍କା ସାମାଜିକ ଭତ୍ତା ପ୍ରଦାନ କରିବା ଆଦି ଦାବି କରା ଯାଇଥିଲା । Categories: ଓଡ଼ିଶା, ଗଜପତି, ହୋମ୍ Related Content Government Issues Strong Warning Against Joining Russian Army : ‘Dangerous and Life-Threatening’ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ : ବରିଷ୍ଠ ନାଗରିକଙ୍କୁ ସମ୍ମାନ, ଅଭିଜ୍ଞତା ଓ ଅବଦାନକୁ ମିଳିଲା ସ୍ୱୀକୃତି by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ by Proprietor Abhimanyu Maharana October 2, 2026 ଫୁଲବାଣୀରେ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର, କନ୍ଧମାଳର ୩ୟ ବ୍ୟାଚ ଆରମ୍ଭ by Proprietor Abhimanyu Maharana October 2, 2026 ଲାଇନ ପଡ଼ା କୁଇଦିନା ଇନ୍ଦିରା ଗାନ୍ଧୀ ମେମୋରିଆଲ ମହାବିଦ୍ୟାଳୟ ଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କନ୍ଧମାଳରେ କ୍ରୀଡା ପ୍ରତିଭାର ମହାମିଳନ; ଜିଲ୍ଲାସ୍ତରୀୟ ବିଦ୍ୟାଳୟ କ୍ରୀଡ଼ାରେ ୬୫୦ ଛାତ୍ରଛାତ୍ରୀଙ୍କର ଅଂଶଗ୍ରହଣ by Proprietor Abhimanyu Maharana October 1, 2026