Home ଓଡ଼ିଶା ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ ୩୦ ଜଣ ଚାଷୀଙ୍କୁ ନେଇ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ର ନୂଆଗଡ ସ୍ଥିତ ଚାଷ ସୂଚନା ଏବଂ ପରାମର୍ଶଦାତା କେନ୍ଦ୍ର ( ଏଫ ଆଇଏ ସି )ଠାରେ କୃଷିବିଭାଗ ସହାୟତାରେ ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ ଜୈବିକ ଓ ଉନ୍ନତ ମା ନର ମକା ଚାଷ ନିମନ୍ତେ ବ୍ଲକ ର ୩୦ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ଏକ ଦୁଇଦିନିଆ ତାଲିମ ଦାତାଙ୍କ ତାଲିମ ଶିବିର ମଦର ଟେରେସା ଚାରିଟାଵଲ ଟ୍ରଷ୍ଟ(ଏମଟିସିଟି ) ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସୁରେନ୍ଦ୍ର ନାଥ ସ୍ୱାଇଁ ,ରା .ଉଦୟଗିରି ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଏ .ଆର . ପାତ୍ର ,ନୂଆଗଡ ବ୍ଲକ କୃଷି ଅଧିକାରୀ ଶ୍ରୀ ସେକ ଏହେସନ , ସହକାରୀ କୃଷି ଅଧିକାରୀ ଶ୍ରୀମତୀ ବିଷ୍ନୁପ୍ରିୟ ଗୌଡ଼ , ସତ୍ୟବାନ ସୁରେନ, ମୁଖ୍ୟମନ୍ତ୍ରୀ ମକା ମିଶନ ସ୍କିମ ଅଫିସର ଶ୍ରୀମତୀ ସଂଘମିତ୍ରା ପ୍ରଧାନ ,କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଶ୍ରୀ ସଂଜୀବ କୁମାର ମାଣ୍ଡି ,ମଦର ଟେରେସା ଚାରିଟାଵଲ ଟ୍ରଷ୍ଟର ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ଦଳାଇ,ମୁଖ୍ୟମନ୍ତ୍ରୀ ମକା ମିଶନର ରାଜ୍ୟ ସମ୍ପାଦାନକାରୀ ସଂସ୍ଥା (ଏସ ଏଲ ଏସ) ଏସେଏସ ର ରିଜୋନାଲ ସଂଯୋଜକ ଶ୍ରୀ ବିଶ୍ୱରଂଜନ ପରିଡା , ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ମକା ମିଶନ ର ଲକ୍ଷ୳ ଉଦ୍ୟେଶ୍ୟ ବିଷୟରେ ଆଲୋଚନା କରିବା ସହିତ କିଭଳିଭାବେ ଏହି କାର୍ଯ୍ୟକ୍ରମ କୁ ସଫଳ କରାଯାଇପାରିବ , ତାଲିମରେ ଅଂଶ ଗ୍ରହଣ କରିଥିବା ଅଂଶଗ୍ରହଣ କାରୀଙ୍କ କଣ ଭୂମିକା ରହିବ , ଜୈବିକ ଓ ଉନ୍ନତି ପଦ୍ଧତିରେ କିଭଳିଭାବେ ମକା ଚାଷ କରାଯାଇ ଚାଷୀଙ୍କ ଆୟ ବୃଦ୍ଧି କରାଯାଇପାରିବ ଉପସ୍ଥିତ ସମ୍ବଳ ବ୍ୟକ୍ତିମାନେ ମାର୍ଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ମଦର ଟେରେସା ଚାରିଟାଵଲ ଟ୍ରଷ୍ଟର ନୂଆଗଡ ବ୍ଲକ ପ୍ରକଲ୍ପ ସଂଯୋଜକ ଶ୍ରୀ ମହୀତ ରଞ୍ଜନ ଦତ ପରିଚାଳନା କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026 ପୌରାଞ୍ଚଳର ବିଜେଡି ନେତା ଓ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର by Proprietor Abhimanyu Maharana October 2, 2026 Government Issues Strong Warning Against Joining Russian Army : ‘Dangerous and Life-Threatening’ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ : ବରିଷ୍ଠ ନାଗରିକଙ୍କୁ ସମ୍ମାନ, ଅଭିଜ୍ଞତା ଓ ଅବଦାନକୁ ମିଳିଲା ସ୍ୱୀକୃତି by Proprietor Abhimanyu Maharana October 2, 2026