୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀ କରଣ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଅଛି । ଏହି ଅବସରରେ ପ୍ରଥମେ ଯୋଗ ଦେଉଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କର ନାମ ପଞ୍ଜୀକରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗ ଗୁରୁଙ୍କ ତତ୍ୱାବଧାନରେ ବରିଷ୍ଠ ନାଗରିକ ମାନେ ଯୋଗ କରିଥିଲେ ଓ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ସ୍ବାସ୍ଥ୍ୟ ମେଳାର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଗଜପତିଙ୍କ ସହ ବିଭିନ୍ନ ସ୍ବାସ୍ଥ୍ୟ ବିଶେଷଜ୍ଞ ଡ଼ାକ୍ତର ଯୋଗ ଦେଇଥିଲେ ଏବଂ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ପରୀକ୍ଷା କରିବା ସଙ୍ଗେ ସଙ୍ଗେ ମାଗଣା ଔଷଧ ବିତରଣ କରାଯାଇଥିଲା ।

