ଓଡିଶା ରାଜଭଵନର ଗାରିମା କ୍ଷୁର୍ଣ୍ଣ ହେଉଛି
ରାଜନୈତିକ ସ୍ୱାର୍ଥ ହାସଲ ଲାଗି ରାଜଭଵନର ଗାରିମାକୁ କଳୁଷିତ କରାଯାଉଛି
ରାଜ୍ୟପାଳଙ୍କ ପୁଅଙ୍କ ଆକ୍ରମଣର ଶିକାର ଏଏସଓଙ୍କୁ ଏବେବି ନ୍ୟାୟ ପ୍ରଦାନ କରି ନାହାନ୍ତି ବିଜେପି ସରକାର
୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗତ କିଛି ଦିନ ଭିତରେ, ଓଡ଼ିଶାର ରାଜଭଵନ ଭିତରେ ଦେଖିବାକୁ ମିଳିଥିବା କିଛି ରାଜନୈତିକ ଗତିବିଧିକୁ ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ଏହା ଉପରେ ପ୍ରଶ୍ନ ଉଠାଇବା ସଙ୍ଗେ ସଙ୍ଗେ, ଝାଡଖଣ୍ଡ ନିର୍ବାଚନ ପାଇଁ ଓଡିଶା ରାଜ ଭଵନ ଏକ ୱାର ରୁମ ବା ରାଜନୈତିକ ପେଣ୍ଠସ୍ଥଳୀ ପାଲଟିଛି ବୋଲି ଅଭିଯୋଗ କରାଯାଇଛି। ଏହି ରାଜନୈତିକ କାର୍ଯ୍ୟକ୍ରମ ଯୋଗୁ ଓଡ଼ିଶା ରାଜ ଭଵନର ଗାରିମା କ୍ଷୁର୍ଣ୍ଣ ହେଉଛି ବୋଲି କୁହାଯାଇଛି। ଆଜି ବିଜେଡି ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ଓ ଶ୍ରୀ ସସ୍ମିତ ପାତ୍ର କହିଥିଲେ, ରାଜ ଭଵନ ହେଉଛି ଏକ ଗାରିମାମୟ ସ୍ଥାନ ଓ ରାଜନୀତିରୁ ଊର୍ଦ୍ଧ୍ଵରେ, କିନ୍ତୁ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ଵଶର୍ମା ଓ ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କିଆ ନାଇଡ଼ୁଙ୍କ ରାଜ ଭଵନକୁ ଆଗମନ ନିଶ୍ଚିତ ଭାବେ ପ୍ରଶ୍ନ ସୃଷ୍ଟି କରିଛି।
