ମାହାଙ୍ଗା ମାମଲା : ପ୍ରତାପ ଜେନାଙ୍କୁ ଅଶ୍ୱାସ୍ତି

୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି ମିଳିଛି । ମଙ୍ଗଳବାର ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ତାଙ୍କ ନାଁରେ ତଳକୋର୍ଟ ମାମଲାକୁ ହାଇକୋର୍ଟ ଖାରଜ କରି ଏହି ରାୟ ଦେଇଛନ୍ତି । ତଳକୋର୍ଟ ରାୟ ବିରୋଧରେ ପ୍ରତାପ ହାଇକୋର୍ଟ ଯାଇଥିଲେ।ହାଇକୋର୍ଟଙ୍କ ଏହି ରାୟ ପରେ ପ୍ରତାପ ଏବେ ଦୋଷମୁକ୍ତ ହୋଇଛନ୍ତି ।

ତେବେ ୨୦୨୧ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳ (୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ହୋଇଥିଲା ମାମଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିଲା । ଏହାକୁ ନେଇ ପ୍ରତିପକ୍ଷ ଲଢ଼େଇ ଜାରି ରଖିଥିଲେ ।

Exit mobile version