୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମେରୁଦଣ୍ଡ ଓ ଭର୍ଟେବାଏ ସ୍ଲିପ ଡିସ୍କ ତଥା ସ୍କିଆଟିକାର ଦୁଇଟି ସାଧାରଣ ଓ ଯନ୍ତ୍ରଣାଦାୟକ ରୋଗର ସଫଳ ଅସ୍ତ୍ରୋପଚାର କରାଯାଇପାରିବ ବୋଲି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ମଡର୍ଣ୍ଣ ଆର୍ଥୋ କ୍ଲିନିକର ଏଣ୍ଡୋସ୍କୋପିକ୍ ସର୍ଜନ୍ ତଥା ଅର୍ଥୋପେଡ଼ିସିଆନ୍ ଡାକ୍ତର ପିସି ଦେ କହିଛନ୍ତି । ଅତ୍ୟାଧୁନିକ ୩ଡି+୪କେ ୫୫” ଏଣ୍ଡୋସ୍ପାଇନ୍ ଅସ୍ତ୍ରୋପଚାର ବର୍ତମାନ ଓଡ଼ିଶାରେ ଉପଲବ୍ଧ ବୋଲି ଡାକ୍ତର ଦେ କହିଛନ୍ତି, ଯାହାକି ବିଶ୍ୱରେ ପ୍ରଥମ ଅଟେ । ଏହାକୁ ଏକ ସର୍ବନିମ୍ନ ଇନଭେସିଭ୍ କୌଶଳ ଭାବରେ ବିବେଚନା କରାଯାଏ । ୩ଡି+୪କେ ୫୫” ଏଣ୍ଡୋଭିଜନ୍ ସିଷ୍ଟମ୍ ଭଳି ଉନ୍ନତ ଚିକିତ୍ସା ବିଜ୍ଞାନର ଆବିର୍ଭାବ ହେଲେ ଏଭଳି ରୋଗର ଚିକିତ୍ସା ଓ ଅସ୍ତ୍ରୋପଚାର ସର୍ବନିମ୍ନ ଇନଭେସିଭ ଜ୍ଞାନକୌଶଳରେ କରାଯାଇପାରିବ ବୋଲି ଡାକ୍ତର ଦେ କହିଛନ୍ତି । ଏଭଳି କୌଶଳ ଚିକିତ୍ସା ସମୟରେ କମ୍ ରକ୍ତ କ୍ଷୟ, ଅସ୍ତ୍ରୋପଚାର ପାଇଁ ଛୋଟ ଛୋଟ କଣା ବା ଗାତ ହୋଇଥାଏ ଏବଂ ରୋଗୀଙ୍କ ଶୀଘ୍ର ଆରୋଗ୍ୟ ଲାଭ କରିଥାଏ । ଡାକ୍ତର ଦେ ଗତ ୧୭ ବର୍ଷ ମଧ୍ୟରେ ଏଭଳି ୩୦୦୦ରୁ ଅଧିକ ମାମଲା କରିସାରିଛନ୍ତି ।
