Home ଓଡ଼ିଶା ବିଜେଡି ର ପଦଯାତ୍ରା ଶୁଭାରମ୍ଭ କଲେ ସଭପତି ନବୀନ ପଟ୍ଟନାୟକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ସେବା ସ୍ୱାଭିମାନ ଆମର ମନ୍ତ୍ର,ବିକାଶ ଆମ ପରିଚୟ. ଗତ ଚବିଶ ବର୍ଷ ରେ ଓଡିଶା ବିକାଶ ସୂଚାକଙ୍କ ରେ ଡବଲ ଇଞ୍ଜିନ ରାଜ୍ୟ ମାନଙ୍କ ଠାରୁ ବହୁ ଆଗରେ. ମିଛ କହି ନିର୍ବାଚନ ଜିତି ପାର କିନ୍ତୁ ଲୋକଙ୍କ ହୃଦୟ ନୁହେଁ. ଆପଣ ନାମ ଵା ରଙ୍ଗ ପରିବର୍ତ୍ତନ କରିପାରନ୍ତି କିନ୍ତୁ ଇତିହାସ ପରିବର୍ତ୍ତନ କରିପାରିବେ ନାହିଁ. ହାତୀ ଦେବୁ ଘୋଡା ଦେବୁ କହି ଭୋଟ ନେଲେ କିନ୍ତୁ ଫଳ ଶୂନ. ବିଜେପି ର ମିଛ ପ୍ରତିଶ୍ରୁତି ଓ ସରକାର ର ଅପାରଗତା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ନବୀନ ଙ୍କ ଆହ୍ୱାନ. କ୍ଷମତା ରେ ଥାଏ ଵା ନ ଥାଏ ଶେଷ ପର୍ଯ୍ୟନ୍ତ ଓଡିଶା ବାସୀ ଓ ଓଡିଶା ମାଟି ର ସେବା ଜାରି ରହିବ..ନବୀନ ପଟନାୟକ ୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଅକଟୋବର ଦୁଇ ତାରିଖ,ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ର ପଦଯାତ୍ରା ଆରମ୍ଭ ହୋଇଛି.ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳ ର ୫୭ ନମ୍ବର ୱାର୍ଡ ରେ ପଦଯାତ୍ରା ଆରମ୍ଭ କରି ସମବେତ ବିପୁଳ ଜନତା ଙ୍କୁ ସମ୍ବୋଧନ କରି ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଲୋକଙ୍କ ସହିତ ଯୋଡ଼ି ହେବାରେ ପଦଯାତ୍ରା ସବୁଠାରୁ ଶକ୍ତିଶାଳୀ ମାଧ୍ୟମ.ବିଜେଡି କୁ ଏକ ସାମାଜିକ ଆନ୍ଦୋଳନ ଭାବରେ ବର୍ଣ୍ଣନା କରି ଶ୍ରୀ ପଟନାୟକ କହିଲେ ଯେ ସେବା ସ୍ୱାଭିମାନ ବିଜେଡି ର ମନ୍ତ୍ର. ବିକାଶ ହେଉଛି ବିଜେଡି ର ପରିଚୟ.ବିଜେଡି ର ଚବିଶ ବର୍ଷ ଶାସନରେ ବିକାଶ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିକାଶ ର ବିଭିନ୍ନ ମାନକ ରେ ଓଡିଶା ବିଜେପି ଶାସିତ ବହୁ ଡବଲ ଇଞ୍ଜିନ ରାଜ୍ୟ ଠାରୁ ଆଗରେ.ଆର୍ଥିକ ସ୍ଥିରତା ଆସିଛି.ଲୋକଙ୍କ ମୁଣ୍ଡ ପିଛା ଆୟ ବଢିଛି ଗରିବୀ ସତୁରି ପ୍ରତିଶତ ରୁ କମି ଦଶ ପ୍ରତିଶତ ରେ ପହଂଚିଛି. ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ କୋଟି କୋଟି ଲୋକ ସୁବିଧା ପାଉଥିଲେ. କିନ୍ତୁ ବିଜେପି ସରକାର ଯୋଜନା ର ନାମ ପରିବର୍ତ୍ତନ କୁ କଟାକ୍ଷ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆପଣ ରଙ୍ଗ ଓ ନାମ ବଦଳାଇପାରିବେ କିନ୍ତୁ ଇତିହାସ ବଦଳାଇପାରିବେ ନାହିଁ. ସେ କହିଲେ ଯେ ବିଜେପି ମିଛ କାହାଣୀ ମିଛ ପ୍ରତିଶ୍ରୁତି ଦେଇ ଶାସନ କୁ ଆସିଛି. ବିଜେପି ର ମିଛ ନିର୍ବାଚନ ପ୍ରତିଶ୍ରୁତି ଉପରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ତିନିଶହ ୟୁନିଟ ମାଗଣା ବିଜୁଳି. ମା ମାନଙ୍କୁ ପଚାଶହଜାର ଟଙ୍କା.ତିନିହଜାର ଟଙ୍କା କୁ ଭତ୍ତା ବୃଦ୍ଧି କୁଆଡେ ଗଲା. ହାତୀ ଦେବୁ ଘୋଡା ଦେବୁ କହି ଭୋଟ ନେଲେ.କିନ୍ତୁ ଫଳ ଶୂନ.ଏବେ ବିଜେପି ର ମିଛ ଧରାପଡ଼ିଯାଇଛି. ମିଛ କହି ନିର୍ବାଚନ ଜିତି ପାର କିନ୍ତୁ ଲୋକଙ୍କ ହୃଦୟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ. ଦରଦାମ ଉପରେ ଲଗାମ ନାହିଁ.ମା ମାନେ ଥାନା ରେ ବି ସୁରକ୍ଷିତ ନୁହନ୍ତି.ସରକାରୀ କର୍ମଚାରୀ ରାଜଭବନ ରେ ବି ସୁରକ୍ଷିତ ନୁହଁନ୍ତି . ବିଜେପି ସରକାର ଉପରେ ଲୋକ ଭରସା କରି ପାରୁ ନାହାନ୍ତି. ତେଣୁ ବିଜେପି ର ମିଛ ପ୍ରତିଶ୍ରୁତି ଓ ସରକାର ର ଅପାରଗତା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଶ୍ରୀ ପଟ୍ଟନାୟକ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ. ଶ୍ରୀ ପଟ୍ଟନାୟକ କହିଲେ ଲୋକଙ୍କ ଭଲ ପାଇବା ବିଜେଡି ର ସବୁଠାରୁ ବଡ଼ ଶକ୍ତି.୨୦୨୪ ନିର୍ବାଚନ ରେ ବିଜେପି ସରକାର କୁ ଆସିଛି କିନ୍ତୁ ବିଜେଡି ସବୁଠାରୁ ଅଧିକ ଭୋଟ ପାଇଛି. ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସେ କ୍ଷମତା ରେ ଥାନ୍ତୁ ଵା ନ ଥାନ୍ତୁ ଶେଷ ପର୍ଯ୍ୟନ୍ତ ଓଡିଶା ବାସୀଙ୍କ ର ଓ ଓଡିଶା ମାଟି ର ସେବା କରିଚାଲିବେ. ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ.ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ରାଉତ,ବିଧାୟକ ଅନନ୍ତ ଜେନା, ମେୟର ସୁଲୋଚନା ଦାଶ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର,ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ପ୍ରମୁଖ ଉଦବୋଧନ ଦେଇ ଥିଲେ. Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ବାରଖମା ହାତେ ଏକ ଦିବସୀୟ କବାଡି ଟ୍ରଫି : ଫାଇନାଲ ରେ ଚାମ୍ପିଅନ୍ ହେଲା ସ୍ପୋର୍ଟ୍ସ କ୍ଲବ ବାରଖମା by Proprietor Abhimanyu Maharana October 8, 2026 ରାଜ୍ୟସ୍ତରୀୟ ଭଜନ ସମ୍ରାଟ ଭିକାରୀ ବଳ ସଂଗୀତ ପ୍ରତିଯୋଗୀତା -୨୦୨୬ by Proprietor Abhimanyu Maharana October 7, 2026 ଏଫ୍୩୫ ସିରିଜ୍ ବଜାର ପ୍ରବେଶ ସହିତ ଭାରତରେ ଏଫ୍ ସିରିଜର ୧୦ ବର୍ଷ ପୂର୍ତ୍ତି ପାଳନ କଲା ଓପୋ by Proprietor Abhimanyu Maharana October 7, 2026 OPPO Celebrates a 10 of F Series in India with the Launch of F35 Series, Bringing the Group Selfie Expert to a New Generation by Proprietor Abhimanyu Maharana October 7, 2026 ୭ମ ଓଡ଼ିଶା ଟ୍ରାଭେଲ ବଜାର ସଫଳତାର ସହ ଉଦ୍ଯାପିତ : ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିହେଲା ନୂଆ ଅଧ୍ୟାୟ by Proprietor Abhimanyu Maharana October 7, 2026 7th Odisha Travel Bazaar Concludes Successfully, Marking a New Chapter in Odisha’s Tourism Journey by Proprietor Abhimanyu Maharana October 7, 2026