ବିରିଡି ବ୍ଲକରେ ସ୍ଵଛତାହିଁ ସେବା କାର୍ଯ୍ୟକ୍ରମ

୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିରିଡି ବ୍ଲକ ରେ ବୁଧବାର ଅନ୍ତର୍ଜାତୀୟ ସ୍ୱଛତା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଵଛତାହିଁ ସେବା କାର୍ଯ୍ୟକ୍ରମ ଉଦଯାପିତ ହୋଇଛି l ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ବିଡ଼ିଓ ବିଜୟ କୁମାର ବେହେରା,

ଏବିଡ଼ିଓ ନିରୋଦ ସାମଲ, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ସଭ୍ୟା ଦୀପ୍ତି ମୟୀ ରାୟ, ସରପଞ୍ଚ ପ୍ରଭାସିନୀ ବେହେରା, ବିପିଏମ ଗଣେଷ ସ୍ୱାଇଁ, ବିଆରସି ଗୀତାଞ୍ଜଳି ସାହୁ, ଏମ୍ବିକେ, ସିଆରପି ପ୍ରମୁଖ ଯୋଗଦେଇଥିଲେ l ପ୍ରଥମେ ବ୍ଲକ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ରେ ମାଲ୍ୟାର୍ପଣ କରିବାସହ ବ୍ଲକ ପରିସରକୁ ଝାଡ଼ୁରେ ସଫା କରିଥିଲେ ପରେ ଏକ ନୂତନ ଗୋଷ୍ଠି ଶୌଚାଳୟକୁ ଉଦ୍ଘାଟନ କରିଥିଲେ ଏଥି ସହ ବ୍ଲକ ପଛପଟ ମଧ୍ୟ ଝାଡ଼ୁଦେଇ ସଫା କରିଥିଲେ l

Exit mobile version