ବୁଡିବାକୁ ବସିଥିବା ଲୋକ କଳାକୁ ପୂନରୁଦ୍ଧାର ପାଇଁ ଛାତ୍ରଛାତ୍ରୀ ମାନେ ସରଭି କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶାଇବା ଉଦ୍ୟମ

ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> ପିପିଲି ବ୍ଲକ୍ ଅନ୍ତର୍ଗତ କଣ୍ଟି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ୨୦୨୪ କାର୍ଯ୍ୟକ୍ରମ କଣ୍ଟି ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା।ସିଆରସିସି ଶ୍ରୀ ଅକ୍ଷୟ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ସହ ଶିକ୍ଷାଧିକାରିଣୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ ଓ ସମ୍ମାନିତ ଅତିଥି ଭାବେ କଣ୍ଟି ଗ୍ରାମପଞ୍ଚାୟର ସରପଞ୍ଚ ମୋନାଲିସା ହରିଚନ୍ଦନ,

କଣ୍ଟି ସ୍କୁଲ ର ପ୍ରଧାନ ଶିକ୍ଷକ ଗୋପାଳ ମଲ୍ଲିକ,ସିଆରସିସି ବିଛନ୍ଦ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ଏହି “ସୁରଭି” କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିଥିଲେ। ଗ୍ରାମାଞ୍ଚଳରେ ଥିବା କୁନି କୁନି ପିଲାମାନଙ୍କର ଲୁକ୍କାୟିତ ପ୍ରତିଭା ବିକଶିତ ହେବା ସଙ୍ଗେ ସଙ୍ଗେ ତାଙ୍କର ଅନ୍ତର୍ନିହିତ ଗୁଣର ବିକାଶ ମଧ୍ୟ ହୋଇପାରିବ ବୋଲି ବରିଷ୍ଠ ଶିକ୍ଷାଧିକାରିଣୀ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ମାଧ୍ୟମରେ ଏଫ୍ ଏଲ ଏନ୍ ପ୍ରତିଯୋଗିତା କରାଯାଇଥିଲା।

ପ୍ରାୟ ୧୪୫ ଜଣ ଛାତ୍ରଛାତ୍ରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ।ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହିତ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।ଚରଣ ପ୍ରଧାନ,ସୈଦାମିନ୍ ସ୍ଵାଇଁ, ପ୍ରଫୁଲ୍ଲ ସେଠୀ,ଝୁଲୁ ଖୋଟଇ, ଦୀପ୍ତି ରଞ୍ଜନ ମହାପାତ୍ର, ଘନଶ୍ୟାମ ମିଶ୍ର, ତପନ କୁମାର ବେହେରା, ପ୍ରାଣକୃଷ୍ଣ ଜେନା, କୃଷ୍ଣ ଚନ୍ଦ୍ର ନାୟକ, ରାଜକିଶୋର ବରାଳ,ପ୍ରମୋଞ୍ଜନ ସାହୁ,କାଦମ୍ବରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ପରିଚାଳନା ରେ ସହଯୋଗ କରିଥିଲେ।

Exit mobile version