ପିପିଲି ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ”ସ୍ଵଛତା ହିଁ ସେବା” ସଚେତନତା ପଦଯାତ୍ରା ଅନୁଷ୍ଠିତ

୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ପିପିଲି ରେ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ତରଫରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଭାରତବର୍ଷରେ ଆଜିର ପବିତ୍ର ଗାନ୍ଧୀ ଓ ଜୟନ୍ତୀ ଦିବସଟିକୁ ମନେପକାଇବା ପାଇଁ ପ୍ରତ୍ୟେକ ସ୍କୁଲ କଲେଜ ସରକାରୀ ବେସରକାରୀ ଓସାମାଜିକ ସଂଗଠନ ତରଫରୁ ବହୁ ଧୁମଧାମରେ ପାଳନ କରାଯାଉଛି ।

ସେହିପରି ଆଜି ପିପିଲି ରେ ଜାଗୃତି ସାଂସ୍କୃତିକ ଯୁବ ସଂଗଠନର ସଭାପତି ପ୍ରଭାତ କୁମାର ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ପିପିଲି ନିକଟସ୍ଥ ସଙ୍କଟ ମୋଚନ ହନୁମାନ ମନ୍ଦିର ନିକଟରୁ ପିପିଲି ହାଟଛକ ଯାଏ ଏକ ସ୍ଵଚ୍ଛ ଭାରତ ସଚେତନତା ପଦଯାତ୍ରା କରାଯାଇଥିଲା, ଏହି ପଦଯାତ୍ରାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

ଏବଂ ଛାତ୍ରଛାତ୍ରୀମାନେ ସ୍ଵଛତା ହିଁ ସେବା କୁ ପାଳନ କରିବା ଲକ୍ଷ୍ୟରେ ସମାଜକୁ ସଚେତନତା କରିବା ପାଇଁ ସଂଗୀତ ଓ ନୃତ୍ୟ ଓ ମାଧ୍ୟମରେ ବାର୍ତ୍ତା ଦେଇଥିଲେ। ଏବଂ ଛୋଟ ଛୋଟ ଛାତ୍ରଛାତ୍ରୀମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ରୂପ ରେ ନିଜକୁ ସଜାଇବା ସହିତ ପରିବେଶରେ ସୁସ୍ଥ ଓ ନିରୋଗ ରହିବାପାଇଁ ନିଜେ ପରିସ୍କାର ଓ ପରିବେଶକୁ ସ୍ଵଛତା ରଖିବାପାଇଁ ଫ୍ଲାସ୍ କାର୍ଡ ଦେଖାଇ ସନ୍ଦେଶ ଦେଇଥିଲେ।

ପରିଶେଷରେ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ତରଫରୁ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପିପିଲି ଥାନାର ଆରକ୍ଷୀ ଭାରପ୍ରାପ୍ତ ଅଧିକାରୀ ସୈମେନ୍ଦୁ ଶେଖର ତ୍ରିପାଠୀ । ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଗଠନ ର ବରିଷ୍ଠ ଉପଦେଷ୍ଟା ଇଂ, ରମେଶ ଚନ୍ଦ୍ର ଶତପଥୀ,

ଉପଦେଷ୍ଟା ରଘୁନାଥ ଜେନା, ସମ୍ମାନିତ ଅତିଥି ଡଃ ତପନ କୁମାର ଦାଶ, ପୂର୍ଣ୍ଣଚନ୍ଦ୍ର ନାୟକ, ସମାଜସେବୀ ଜେନାମଣି ଆଶିଷ ରଞ୍ଜନ ଜେନା,ଜବାହାର ବିଦ୍ୟାପୀଠ ଶିକ୍ଷକ ଜଗନ୍ନାଥ ପ୍ରଧାନ,ପ୍ରଶାନ୍ତ ସାହୁ,ସହ ସମ୍ପାଦକ ମନୋଜ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମକୁ ଯୁବ ସଂଯୋଜକ ବାପୁ ବେହେରା, ଗଜେନ୍ଦ୍ର ବେହେରା, ଚନ୍ଦନ ମହାନ୍ତି,ସାଇ ମହାପାତ୍ର ପରିଚାଳନା କରିଥିଲେ।

Exit mobile version