୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ମହାତ୍ମା ଗାନ୍ଧୀଙ୍କ ୧୫୫ ତମ ଜନ୍ମ ବାର୍ଷିକ ପାଳନ ଅବସରରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଠାରେ ସିଆର୍ ପିଏଫ୍ ୧୨୭ ବାଟାଲିୟନ ତରଫରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଏହି ଅବସରରେ ସିଆରପିଏଫ୍ ର ଜବାନ ମାନେ ବାଲିଗୁଡ଼ା ର ବସଷ୍ଟାଣ୍ଡ , ମନ୍ଦିର, ପାର୍କ ଏବଂ ଦୈନିକ ବଜାର ଅଞ୍ଚଳରୁ ପ୍ଲାଷ୍ଟିକ୍ ଏବଂ ଆବର୍ଜନା ସଫା କରି ହଟାଇଥିଲେ ।

