Home ଓଡ଼ିଶା ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ ସ୍ୱଚ୍ଛ ପକ୍ଷ ଅଭିଯାନ ଓ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରେ ମହୋଦଧି ସଫେଇ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ମହୋଦଧି ସଫେଇ ପାଇଁ ପ୍ରୟାସ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ମାନନୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଠାରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସମ୍ପୂର୍ଣ ଭାରତ ବର୍ଷରେ ସ୍ୱଚ୍ଛତା ପକ୍ଷ ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ପୁରୀର ସାମାଜିକ ସାଂସ୍କୃତିକ ଧାର୍ମିକ ଓ ଅର୍ଥନୀତି ସହିତ ଜଡ଼ିତ ପୁରୀର ମହୋଦଧି ସ୍ୱଚ୍ଛତା ଓ ପବିତ୍ରତା ରକ୍ଷା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି।ପୁରୀ ଜିଲ୍ଲାର ସ୍ବେଛାସେବୀ ସଙ୍ଗଠନ ଦି ବେଲ୍,ପୁରୀ ପୌରାପାଳିକା ,ସ୍ଥାନୀୟ ମତ୍ସ୍ୟଜୀବୀ ସଙ୍ଘ୍ ,ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘ୍ ଓ ବିଭିନ୍ନ ଅନୁଷ୍ଠାନ ମିଳିତ ଭାବରେ ମହୋଦଧିର ସ୍ୱଚ୍ଛତା ରକ୍ଷା ପାଇଁ ପ୍ରଥମ ଥର ପାଇଁ ମହୋଦଧି ବା ସମୁଦ୍ର ସଫେଇ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ପୁରୀ ବେଳାଭୂମି ଲାଇଟ୍ ହାଉସ ଠାରେ ଥିବା ଫିସ ଲାଣ୍ଡିଂ ସେଣ୍ଟର୍ ଠାରେ ଆୟୋଲଯିତ୍ ଏହି କାର୍ଯ୍ୟକ୍ରମରେ ୧୨ ରୁ ଉର୍ଦ୍ଧ୍ବ ମାଛ ଧରା ଡଙ୍ଗାରେ ୫୦ ରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବି ଓ ଲାଇଫ ଗାର୍ଡ ଗଭୀର ସମୁଦ୍ର ଭିତରେ ଭାସୁଥିବା ଆବର୍ଜନା ଓ ପ୍ଲାଷ୍ଟିକ କୁ ସଂଗ୍ରହ କରି କୂଳକୁ ଆଣିଥିଲେ।ଏହି ଅର୍ୟ୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁରୀ ପୌର ଅଧିକାରୀ ଅଭିମନ୍ୟୁ ବେହେରା କହିଥିଲେ ଜେ ସମୁଦ୍ର ତଟର ସ୍ୱଚ୍ଛତା ପାଇଁ ସମସ୍ତେ ପ୍ରୟାସ କରୁଥିବା ବେଳେ ସମୁଦ୍ର ରୁ ଆବର୍ଜନା ସଫା କରିବା କୁ କେହିବି ପ୍ରୟାସ କରୁନାହାନ୍ତି ତେଣୁ ଅନୁଷ୍ଠାନର ଏଭଳି ପ୍ରୟାସ ପ୍ରଶଂସନୀୟ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ନାଲକୋର ପୂର୍ବତନ ସି ଏମ ଡକ୍ଟର ତପନ କୁମାର ଚାନ୍ଦ ବିଶେଷ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କହିଲେ ଯେ ଏହି ଅଭିନବ ପ୍ରୟାସ ସମସ୍ତଙ୍କୁ ସଂକେତ ପ୍ରଦାନ କରିବ ଯେ କେବଳ ଉପକୂଳ ବା ସମୁଦ୍ରତଟ ନୁହଁ ସମୁଦ୍ର କୁ ମଧ୍ୟ ନିର୍ମଳ ଓ ସୁରକ୍ଷିତ ରଖିବା ଆବଶ୍ୟକ। ଏହା ଦ୍ବାରା ସାମୁଦ୍ରିକ ଯିବ ସୁରକ୍ଷିତ ରହିବା ସହିତ ଏହାର ଇକୋଲଜୀ ସିଷ୍ଟମ ମଧ୍ୟ ଠିକ୍ ରହିବ। ଅନ୍ୟ ତମ ଅତିଥି ଭାବରେ ବିଶିଷ୍ଟ ଶିଳ୍ପ ପତି ତାରିଣୀ ମହାନ୍ତି,ଅଧିବକ୍ତା କୁଳମଣି ବିଶ୍ଵାଳ ପ୍ରମୁଖ ଅତିଥି ଭାବରେ ଉପସ୍ଥିତି ଥିଲେ ଏବଂ ଏହି ସମୁଦ୍ର ସଫେଇ କାର୍ଯ୍ୟ କ୍ରମ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦାୟୀ ହେବା ସହିତ ସ୍ୱଚ୍ଛ ପକ୍ଷ ବା ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମରେ ଏକ ମାଇଲ ଖୁଣ୍ଟ ଯୋଡ଼ିବ ବୋଲି କହିଥିଲେ।ଏହି ଅବସରରେ ପୁରୀ ଲାଇଫ ଗାର୍ଡ ମାହସଂଘ୍ ,ବୁଢ଼ୀ ମା ମତ୍ସ୍ୟଜୀବୀ ସଙ୍ଘ୍,ସାତ ଲହଡ଼ି ମତ୍ସ୍ୟଜୀବୀ ସଂଘ୍,ଶ୍ରୀକ୍ଷେତ୍ର ମତ୍ସ୍ୟ ଯିବି ସଂଘ୍ ,ସାଗର ସୋସାଇଟି,ଶ୍ରୀକ୍ଷେତ୍ର ମତ୍ସ୍ୟଜୀବୀ ସୋସାଇଟି ,ବୁଢ଼ୀ ମା ମତ୍ସ୍ୟଜୀବୀ ସମବାୟ ସମିତି ଓ ପୁରୀ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟଜୀବି ଇଉନୀୟନ ର କର୍ମକର୍ତ୍ତା ମାନଙ୍କୁ ସମ୍ମାନୀତ କରାଯାଇ ଥିଲା।କାର୍ଯ୍ୟକ୍ରମକୁ ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟ,ଉପାଧ୍ୟକ୍ଷ ସୁକାନ୍ତ ପଣ୍ଡା ,ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘ୍ ସମ୍ପାଦକ ହ୍ୟାରୀ ରାଓ ଏବଂ ବେଲ୍ ଅନୁଷ୍ଠାନ ର ସ୍ବେଛାସେବୀ ମାନେ ପରିଚାଳନା କରିଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026 ବାଣପୁର ସବ୍-ରେଜିଷ୍ଟ୍ରାରଙ୍କ ବଦଳି କେବେ! କାର୍ଯ୍ୟକଳାପକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଉଠୁଛି ବିଭିନ୍ନ ପ୍ରଶ୍ନ by Proprietor Abhimanyu Maharana August 9, 2026 ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana August 9, 2026