Home ଓଡ଼ିଶା ମା ସୁରଦେଇ ଫ୍ରେଣ୍ଡସ କ୍ଳବ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ର ମା ସୁରାଦେଇ ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ ସଭାପତି ବିମଳ ମଲ୍ଲିକ ଙ୍କ ନେତୃତ୍ଵରେ ଏବଂ ଡଃ ସୂର୍ଯ୍ୟ ନାରାୟଣ ବେହେରାଙ୍କ ପରିଚାଳନାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ଵଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମା ଚରଣ ମଲ୍ଲିକ ଯୋଗ ଦେଇଥିଲେ।ଆଜିର ଏହି ପବିତ୍ର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ତୃତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଓ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ଆଦର୍ଶ ଓ ଗୁଣାବଳୀକୁ ମନ ପକାଇବା ପାଇଁ ଏହି ଦୁଇ ନେତାଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀ ଜୟନ୍ତୀ ପ୍ରତିବର୍ଷ ଅକ୍ଟୋବର ୨ ରେ ପାଳନ କରାଯାଏ। ମହାତ୍ମା ଗାନ୍ଧୀ ଜାତିର ପିତା ଭାବରେ ଜଣାଶୁଣା ଗାନ୍ଧୀ ବ୍ରିଟିଶ ଶାସନରୁ ସ୍ୱାଧୀନତା ସଂଗ୍ରାମରେ ଭାରତର ଅଗ୍ରଣୀ ଥିଲେ। ତାଙ୍କର ଅହିଂସା ପ୍ରତିରୋଧ, ସ୍ଵଚ୍ଛତା ରକ୍ଷା କରିବା, କିମ୍ବା ସତ୍ୟାଗ୍ରହ , ବିଭିନ୍ନ ପୃଷ୍ଠଭୂମିରୁ ଲୋକଙ୍କୁ ଏକତ୍ର କରିଥିଲେ l ସେହିପରି ପୁଣ୍ଯତ୍ମାଙ୍କ ଜନ୍ମତିଥି ରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଶସଂନୀୟ ବୋଲି କହିବା ସଙ୍ଗେ ସଙ୍ଗେ ମା ସୁରା ଦେଇ ଫ୍ରେଣ୍ଡସ କ୍ଲବକୁ ଧନ୍ଯବାଦ ଅର୍ପଣ କରିଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନା ଯୋଗ ଦେଇ ପ୍ରତି ବର୍ଷ ଏପରି କାର୍ଯ୍ୟକ୍ରମ କରିବା ଉଚିତ୍ ଯାହାଦ୍ୱାରା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ l ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଉର୍ବଶୀ ଦିଗାଲ, ତହସିଲଦାର ସୌମ୍ୟ ରଞ୍ଜନ ପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ଯେଉଁମାନେ ଏହି କ୍ଲବ ର ପିଲାଙ୍କୁ ଶିକ୍ଷା ଦେଉଥିଲେ ସୁଶୀଳ ବେହେରା, ଦଶରଥ ପ୍ରଧାନ,ସ୍ଵତନ୍ତ୍ର ଅତିଥି ତଥା ସମାଜସେବୀ ବରିଷ୍ଠ ସାମ୍ବାଦିକ ସୁନୀଲ ବିଶ୍ୱାଳ,ଆଦିତ୍ୟ ପ୍ରସାଦ ତ୍ରିପାଠୀ ଆର ଆଇ ଜୟନ୍ତ ସାହୁ,କଳାକାର ଜଳନ୍ଧର ବେହେରା ସାମ୍ବାଦିକ ବଳଦେବ ବେହେରା, ଗୌର ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ବୁଦ୍ଧିଆ ଗଣ୍ଡା,ସୁଧାଂଶୁ ବେହେରା, ଅଚ୍ୟୁତ ପ୍ରଧାନ ଜଗନ୍ନାଥ ଯାନୀ, ସୁଶୀଳ ବେହେରା, ପ୍ରଦୀପ ଦିଗାଲ, ରବିନ୍ଦ୍ର ବେହେରା, ସୁଶାନ୍ତ ପଣ୍ଡା, ଶୁଭେନ୍ଧୁ, ନୀଳାଞ୍ଚଳ,ପ୍ରଭାତ ବେହେରା ଓ ଫ୍ରେଣ୍ଡସ କ୍ଳବ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।ଖଜୁରୀପଡା ସହର ବଣିକ ସଂଘ ସଭାପତି ମନୋଜ ପଣ୍ଡା ଓ ମାସୁରାଦେଇ ମହିଳା ଗ୍ରୁପ, ଆଶାକର୍ମୀ ଖଜୁରିପଡା, ମା ଶାରଳା ଗ୍ରୁପ,ଶ୍ରୀ ଲକ୍ଷ୍ମୀ, ଶୁଭଶ୍ରୀ ମହିଳା ଗ୍ରୁପ, ଜୟ ଜଗନ୍ନାଥ, ଗାନ୍ଧାରୀ ଗ୍ରୁପ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ।ଖଜୁରିପଡା ସହର ଟି ପୁରା ସଫା କରିଥିଲେ।ଶେଷରେ ଫ୍ରେଣ୍ଡସ କ୍ଲବ ତରଫରୁ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଏହିଭଳି କାର୍ଯ୍ୟକ୍ରମ ପାଇଁ ସହରର ବୁଦ୍ଧିଜୀବୀ ମାନେ ପ୍ରସଂଶା କରିଥିଲେ।ଫ୍ରେଣ୍ଡସ କ୍ଲବ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ସମାବେଶ : ଏକତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 KHURDA ROAD DIVISION CONDUCTED CLOSING CEREMONY OF HINDI PAKHWADA -2026 AND 151st DIVISIONAL OFFICIAL LANGUAGE IMPLEMENTATION COMMITTEE MEETING by Proprietor Abhimanyu Maharana September 24, 2026 ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍, ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ ହେଲା ଘାଟି ରାସ୍ତା by Proprietor Abhimanyu Maharana September 24, 2026