Home ଓଡ଼ିଶା ରାଜ୍ୟ ସ୍ତରୀୟ ସାହାଣୀ କପ : ୨୦୨୪ ୭ମ ଦିନ – ଢେଙ୍କାନାଳକୁ ହରାଇ ମୟୁରଭଞ୍ଜ ସେମିରେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ – ୨୦୨୪ ର ୭ମ ଦିନରେ ଖେଳାଯାଇଥିବା କ୍ଵାଟର ଫାଇନାଲ ମ୍ୟାଚରେ ମୟୁରଭଞ୍ଜ ୩-୧ ଗୋଲରେ ଢେଙ୍କାନାଳକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି I ମୟୁରଭଞ୍ଜ ଦଳ ତରଫରୁ ହାମ୍ବିରା ହେମ୍ବ୍ରମ ୨୭ ମିନିଟରେ, ବିନ୍ଦୁ ସୋରେନ ୪୫ ମିନିଟରେ ଓ ନୀଲେଶ ତିଗା ୯0 ମିନିଟରେ ଗୋଲ କରିଥିବା ବେଳେ ଢେଙ୍କାନାଳ ତରଫରୁ ମଧୁ ଯାନୀ ଏକ ମାତ୍ର ଗୋଲ କରିଥିଲେ I ମୟୁରଭଞ୍ଜର ହାମ୍ବିରା ହେମ୍ବ୍ରମ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇ ମହେଶ ଦାଶ ସ୍ମୃତି ସମ୍ମାନରେ ପୁରସ୍କୃତ ହୋଇଥିଲେ I ଶିବ ଶଙ୍କର ପଣ୍ଡା, ବିପୁଲ ବିଦ୍ୟାଧର, ସୂର୍ଯ୍ୟ ନାରାୟଣ ମିର୍ଦା ଓ ଲକ୍ଷ୍ମଣ ସେଠ ଖେଳ ପରିଚାଳନା କରିଥିବା ବେଳେ ସୁଭଦ୍ରା ହେମ୍ବ୍ରମ ମ୍ୟାଚ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ I ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ, ଫାଓ ଉପ ସଭାପତି ଅସିତ ପତି, କାଉନସିଲର ସୁକେଶିନୀ ସେଠୀ, ଅନୁରାଧା ମହାନ୍ତି, ଅନନ୍ତ ଦାସ, ଖୁଣ୍ଟା ବ୍ଲକ ଅଧ୍ୟକ୍ଷ ସୁଧନା ନାଏକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ କ୍ରୀଡା ସଂସଦର ଉପ ସଭାପତି ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଫୁଟବଲ ସମ୍ପାଦକ ଅମର କୁମାର ସେଠି, କୋଷାଧ୍ୟକ୍ଷ ଅମିତାଭ ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ହରପ୍ରସାଦ ପାତ୍ର, ପ୍ରସନ୍ନଜିତ ମହାନ୍ତି, ଅମ୍ବିକା ରାଉତ ଓ ପାର୍ଥ ସାରଥୀ ସ୍ୱାଇଁ ଉପସ୍ଥିତ ଥିଲେ I ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା ୪ ତାରିଖ ଦିନ ଅପରାହ୍ନ ୩ ଟା ରେ ମୟୁରଭଞ୍ଜ ଓ କଟକ ମଧ୍ୟରେ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ଭୁବନେଶ୍ୱର କୁଆଖାଇ ରେ ପ୍ରସ୍ତୁତ କୁତ୍ରିମ ପୋଖରୀ ରୁ ନର୍ଦମା ପାଣି ପରିକା ବାହାରୁଥିଲା ଦୁର୍ଗନ୍ଧ - ଶ୍ରଦ୍ଧାଳୁଙ୍କ ଅଭିଯୋଗ ପରେ ଆକ୍ସନ ମୋଡ୍ରେ BMC by Proprietor Abhimanyu Maharana October 22, 2026 ଡୁମେରଚୁଆଁରେ ଭାଲୁ ଆକ୍ରମଣରେ ଜୀବନ ଗଲା, ଏବେ ଭାଲୁ ଆତଙ୍କରେ ଥରୁଛି କଣ୍ଟାବାଞ୍ଜି by Proprietor Abhimanyu Maharana October 22, 2026 କଟକ ୬ଷ୍ଠ ପୋଲିସ ବାଟାଲିୟନ ପକ୍ଷରୁ ସହୀଦ ସ୍ମୃତି ଦିବସ ପାଳିତ by Proprietor Abhimanyu Maharana October 22, 2026 ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ ଓ ତାଙ୍କ ପତ୍ନୀ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ସାମ୍ୱାଦିକ 25 ହଜାର ଟଙ୍କା ପ୍ରଦାନ କଲେ by Proprietor Abhimanyu Maharana October 22, 2026 ଦିଲ୍ଲୀର ସାହାପୁରଯାଠରେ ଦୁର୍ଗାପୂଜା ର ରଜତ ଜୟନ୍ତୀ ପାଳନ by Proprietor Abhimanyu Maharana October 21, 2026 Delhi’s Sahapurjat Durga Puja Celebrates Silver Jubilee by Proprietor Abhimanyu Maharana October 21, 2026