ମଙ୍ଗଳାଯୋଡ଼ି ପ୍ରକୃତି ନିବାସ ମୁଖ୍ୟ ଫାଟକରେ ତାଲା ପକାଇ ଅନିର୍ଦ୍ଦିଷ୍ଟ ଧାରଣା ଓ ପ୍ରତିବାଦ

୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଖୋର୍ଦ୍ଧା ଜିଲ୍ଲା :-> ଟାଗିଂ ବ୍ଲକ ମଗଂଳାଯୋଡି ଠାରେ ରାଜ୍ୟ ସରକାରଙ୍କ ଂଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପକ୍ଷରୁ ନିର୍ମାଣ ହୋଇଛି ପ୍ରକୃତି ନିବାସ।୨୦୧୯ ମସିହାରୁ ମଙ୍ଗଳାଯୋଡ଼ି ପ୍ରକୃତି ନିବାସ କାର୍ଯ୍ୟକ୍ଷମ ହୋଇଛି।ପ୍ରକୃତି ନିବାସ ଆରମ୍ଭ ପୂର୍ବରୁ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ସହିତ ବୈଠକ ହୋଇ ନିସ୍ପତି ହୋଇଥିଲା।ଗ୍ରାମ୍ୟ ଜଂଗଲରୁ ୩ଏକର ଜମି ହସ୍ତାନ୍ତର କରିଥିଲେ ଗ୍ରାମବାସୀ।

ମହତ ଊଦ୍ୟଶ୍ୟ ଥିଲା ଏହାର ପରିଚାଳନା ଦାୟିତ୍ବ ଗ୍ରାମବାସୀ ମାନେ ଏକ ପରିବେଶ ଉନ୍ନୟନ କମିଟି ମାଧ୍ୟମରେ ପରିଚାଳନା କରିବେ ଏବଂ ଏହାର ଲାଭାଂଶ ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟ ରେ ଖର୍ଚ୍ଚ କରିବା ସହିତ ଗ୍ରାମର ଶିକ୍ଷିତ ବେକାର ଯୁବକ ଯୁବତୀ ମାନେ ଏଠାରେ ନିଯୁକ୍ତି ପାଇ ଆତ୍ମ ନିର୍ଭରଶୀଳ ହେବେ।

ଆଜି ପର୍ଯ୍ୟନ୍ତ ଏହି ପ୍ରକୃତି ନିବାସ ପରିଚାଳନା ଦାୟିତ୍ବ ବନ୍ୟପ୍ରାଣୀ ବିଭାଗ ଦ୍ଵାରା ପରିଚାଳିତ ହୋଇ ଆସୁଛି।ଯାହାକି ଓଡିଶା ସରକାରଙ୍କ ଯୁଗ୍ମ ଜଙ୍ଗଲ ପରିଚାଳନା ନୀୟମ -୨୦୧୧ ଅନୁଯାୟୀ ପ୍ରକୃତି ନିବାସ ପରିଚାଳନା ସ୍ଥାନୀୟ ଗ୍ରାମବାସୀ ଦ୍ଵାରା ପରିବେଶ ଉନ୍ନୟନ କମିଟି ବା E.D.C. ମାଧ୍ୟମରେ କରାଯିବା ପାଇଁ ସ୍ପଷ୍ଟ ନିୟମ ଥିଲେ ମଧ୍ୟ ଦୀର୍ଘ ୫ବର୍ଷ ଧରି ବିଭିନ୍ନ ଆଳ ଦେଖାଇ ବନ୍ୟପ୍ରାଣୀ ବିଭାଗ ତରଫରୁ ଗ୍ରାମବାସୀଙ୍କୁ ପରିଚାଳନା ଦାୟିତ୍ଵ ହସ୍ତାନ୍ତର କରାଯାଉନାହିଁ।

ଯାହାକୁ ନେଇ ସ୍ଥାନୀୟ ମଗଂଳାଯୋଡି ଗ୍ରାମବାସୀ ମାନେ ଅସନ୍ତୋଷ ବ୍ୟକ୍ତ କରି ପ୍ରକୃତି ନିବାସ ମୁଖ୍ୟ ଫାଟକରେ ତାଲା ପକାଇ ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ ଗ୍ରାମ୍ୟ ଜଂଗଲ କମିଟି, ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନଙ୍କ ସହିତ ସ୍ଥାନୀୟ ଗ୍ରାମର ଶତାଧିକ ଗ୍ରାମବାସୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧରଣାରେ ବସିଛନ୍ତି।ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।

Exit mobile version