ଜଟଣୀରେ ଗାନ୍ଧୀଜିଙ୍କ ୧୫୫ ତମ ଜନ୍ମଦିନ ପାଳନ

୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ  :-> ଜଟଣୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ ତମ ଜନ୍ମଦିନ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମାରୋହ ସହକାରେ ପାଳନ କରାଯାଇଛି । ଜଟଣୀ ବିକାଶ ପରିଷଦ ପକ୍ଷରୁ ସଭାପତି ବିଜୟ କୁମାର ଛୋଟରାୟଙ୍କ ନେତୃତ୍ୱରେ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯିବା ସହିତ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗାନ୍ଧୀପାର୍କ ଠାରେ ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।

ଏଥିରେ ବିଶିଷ୍ଟ ସମାଜସେବୀ ତଥା ସମିତିସଭ୍ୟ ତ୍ରିଲୋଚନ ପ୍ରଧାନ (ଚଇନ) ବିକାଶ ପରିଷଦର ସର୍ବ ଶ୍ରୀ କୈଳାଶ ମହାପାତ୍ର, ରାଜେନ୍ଦ୍ର ପଟ୍ଟନାୟକ, ସୁଶାନ୍ତ ରାଉତ, ପ୍ରଶାନ୍ତ କୁମାର ମିଶ୍ର, ବିଜୟ କୁମାର ପଣ୍ଡା, ଶଶାଙ୍କ ଶେଖର ରାୟ,ପ୍ରବୀର୍ ମହାନ୍ତି, ସୁଶାନ୍ତ ସାମନ୍ତରାୟ (ସୁଚି) ଅରୁଣ ମହାନ୍ତି, ନିରୁ ସାହୁ,ସାମ୍ବାଦିକ ଇଫତେଖାର ଅଲ୍ଲୀ (ବାବୁଲି)ପ୍ରମୁଖ ଶତାଧିକ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

ସେହିପରି ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ପକ୍ଷରୁ ସଭାପତି ଅବନୀ ରାଉତରାୟଙ୍କ ନେତୃତ୍ୱରେ ସର୍ବ ଶ୍ରୀ ପଦ୍ମନାଭ ପାଣିଗ୍ରାହୀ, ଆଦି ନାରାୟଣ ଖଣ୍ଡୁଆଳ, ତ୍ରିନାଥ ସାମନ୍ତରାୟ, ଜବାହର ଲାଲ୍ ସୁବୁଦ୍ଧି, ରବି ପ୍ରସାଦ ମିଶ୍ର, ଆଶୁତୋଷ ରାୟ, ସାରଙ୍ଗ ଧର ବେହେରା ଓ ବୈରାଗୀ ଜେନା ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି, ରାମଧୁନ ଗାନ କରିଥିଲେ ଓ ବର୍ତ୍ତମାନ ସମୟରେ ଗାନ୍ଧିଜୀଙ୍କ ଅହିଂସା ନୀତିକୁ ପାଳନ କରିବା ପାଇଁ ମତ ବ୍ୟକ୍ତ କରିଥିଲେ ।

ସର୍ବପରି ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା, ଜଟଣୀ ୟୁଥ୍ ଫେଡରେଶନର ଅନନ୍ତ ଶତପଥୀ, ମନୋରଞ୍ଜନ ରାଉତରାୟ, ଶିବ ପ୍ରସାଦ ମହାପାତ୍ର ଏବଂ ଜଟଣୀ କଂଗ୍ରେସ ପକ୍ଷରୁ ପାଣ୍ଡବ ଜେନା ଫାଉଣ୍ଡେସନର ଅଧ୍ୟକ୍ଷ ତଥା ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନାଙ୍କ ନେତୃତ୍ୱରେ ଅନେକ ନେତା ଓ କର୍ମୀ ମାନେ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ ସହିତ ଗାନ୍ଧୀଜୀଙ୍କ ଗୁଣଗାନ କରିଥିଲେ ।

Exit mobile version