୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଆମ ଦେଶର ପିତା ମହାତ୍ମା ଗାନ୍ଧୀଜୀଙ୍କୁ ଏବଂ ଏକ ସ୍ୱଚ୍ଛ ଭାରତ ପ୍ରତି ତାଙ୍କର ଦୃଷ୍ଟିକୁ ମନେ ପକାଇ, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଦ୍ଵାରା ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ“ସ୍ୱଚ୍ଛ ଭାରତ ଦିବସ” ପାଳନ କରାଯାଇଛି । ଶ୍ରୀ ଏଚ୍.ଏସ୍.ବାଜୱା, ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀମତୀ ଗୁର୍ ସିମ୍ରନ୍ କୌର୍, ମହିଳା କଲ୍ୟାଣ ସଂଗଠନ(ଇକ୍ରୋ)ର ସଭାନେତ୍ରୀ,ଶାଖା ଅଧିକାରୀ ତଥା ଇକ୍ରୋର ସଦସ୍ୟା ମାନେ, ମହାତ୍ମା ଗାନ୍ଧୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ସ୍ୱଚ୍ଛ ଭାରତ ଦିବସ ପାଳନ ହେଉଛି ଚାଲୁଥିବା “ସ୍ୱଚ୍ଛତା ପକ୍ଷ” ର ଏକ ଅଂଶ, ଯାହାକି ମଣ୍ଡଳ ଅଧୀନରେ ଥିବା ଷ୍ଟେସନ୍, ପରିସର, ଟ୍ରେନ୍, ଅଫିସ୍, କ୍ୟାଣ୍ଟିନ, ଖାଦ୍ୟ ଷ୍ଟଲ୍ ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ଧ୍ୟାନ ଦେଇ, ୧ ଅକ୍ଟୋବରରୁ ୧୫ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଏକ ୧୫ ଦିନର ସ୍ଵଚ୍ଛତା ପଖୱଡା । ଏହାପୂର୍ବରୁ,୧୪ ସେପ୍ଟେମ୍ବରରୁ ୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ, ଖୋର୍ଦ୍ଧା ରୋଡ଼ ମଣ୍ଡଳ , “ସ୍ଵଭାଵ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା” ବିଷୟ ବସ୍ତୁ ଆଧାରରେ ସ୍ୱଚ୍ଛତା ହିଁ ସେବା ପାଳନ କରିଥିଲା।
