୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗ୍ରାମାଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ରହି ପାଠ ପଢିବେ ଏବଂ ଉତ୍ତମ ଜ୍ଞାନ ଆହରଣ କରିବେ ଭଲ ମଣିଷ ହେବେ । ଏଥିପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖଚ୍ଚ କରୁଥିବା ବେଳେ କେତେକ କ୍ଷେତ୍ରରେ ଦାୟିତ୍ବରେ ଥିବା ଶିକ୍ଷକ ଶିକ୍ଷୟିତୀମାନେ ପିଲାଙ୍କୁ ପାଠ ପଢାଇ ଭଲ ମଣିଷ କରିବା ପାଇଁ କେତେବେଳେ ନିଜ ଦୋକାନ ବଜାରରେ ଶିଶୁ ଶ୍ରମିକ ସଜାଉଛନ୍ତି ତ, ଅନ୍ୟ କେତେବେଳେ ବିଦ୍ୟାଳୟର ଶ୍ରେଣୀ କକ୍ଷରେ ଫେନ ନଥିବାରୁ ପିଲାଙ୍କୁ ହାତରେ ବିଞ୍ଚଣା ଧରି ବିଞ୍ଚୁଥିବା ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ।

