୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଖଜୁରୀପଦା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତିୟ ବୟସ୍କ ଦିବସ ଅବସରରେ ବୟସ୍କ ବ୍ୟକ୍ତିଙ୍କ ଉପକରଣ ବିତରଣ ମେଳା ଅନୁଷ୍ଠିତ ହୋଇଥିଲା । ସମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ମନ୍ତ୍ରୀଳୟ ଭାରତ ସରକାରଙ୍କ ରାଷ୍ଟ୍ରୀୟ ବୟାଶ୍ରୀ ଯୋଜନା ଦ୍ବାରା ଭାରତୀୟ କୁତ୍ରିମ ଅଙ୍ଗ ନିର୍ମାଣ ନିଗମ ଅଧୀନରେ ଉପକରଣ ବିତରଣ ହୋଇଥିଲା ।

