ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ଫୁଲବାଣୀ କାର୍ମେଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ସଭାଗୃହ ପ୍ରକୋଷ୍ଠରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଥିଲା ।

ଉକ୍ତ ସଭାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅନୁଶୀଳା ରୟ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଅଶୋକ କୁମାର ଭୋଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବି.ବି ଦୀପ , ଗୁମାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ,ଡ଼ଃ କଳ୍ପନା ଦଳେଇ , ଗୁମାଗଡ଼ ଗୋଷ୍ଠୀ ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ, ଶ୍ରୀମତୀ ଜ୍ୟୋସ୍ନା ରାଣୀ ମହାନ୍ତି, ଓ କାର୍ମେଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିଚାଳକ,

ଫାଦର ଶ୍ରୀ ଚିତ୍ତରଞ୍ଜନ, ଙ୍କ ସମେତ ଉକ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
ଏହି ସଭାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥାପନ କରାଯାଇଥିଲା ।

ବରିଷ୍ଠ ନାଗରିକଙ୍କୁ ଉପଯୁକ୍ତ ସେବା ଏବଂ ସୁରକ୍ଷା ପ୍ରଦାନ କରିବା ସହିତ, ସମାଜରେ ବରିଷ୍ଠ ବ୍ୟକ୍ତିମାନେ କେବଳ ବୟସରେ ବାରିଷ୍ଠ ନୁହନ୍ତି ବରଂ ସେମାନଙ୍କ ପାଖରେ ରହିଥିବା ଦୀର୍ଘ ବର୍ଷର ଅନୁଭୂତି ଓ ଅଭିଜ୍ଞତାରୁ ଶିକ୍ଷା ଲାଭ କରି ଯୁବ ସମାଜକୁ ଆଗକୁ ବଢିବାକୁ ହେବ ବୋଲି ଆଲୋଚନା ହୋଇଥିଲା ଉକ୍ତ ସଚେତନତା ଶିବିରକୁ ଅତିସୁନ୍ଦର ଭାବେ ପାରାଲିଗାଲ ସ୍ବେଛାସେବୀ ଶ୍ରୀ ଅଶୋକ କୁମାର ପ୍ରଧାନ ପରିଚାଳନା କରିଥିଲେ ।

Exit mobile version