ରାଜ୍ୟ ସରକାରଙ୍କ କୋଭିଡ ନିୟନ୍ତ୍ରଣ ସଂକ୍ରାନ୍ତରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ୱେବିନାର ଯୋଡି ହେଲେ ୨ଲକ୍ଷ ୩୩ହଜାରରୁ ଅଧିକ ବ୍ୟକ୍ତି

ଓଡିଶା ତାଜା ନ୍ୟୁଜ୍ (୧ ଅଗଷ୍ଟ ସୋମବାର) ଭୁବନେଶ୍ୱର :- ରାଜ୍ୟ ସରକାରଙ୍କ କୋଭିଡ ନିୟନ୍ତ୍ରଣ ସଂକ୍ରାନ୍ତରେ ବିଜୁ ଯୁବ ଓ ଛାତ୍ର ଜନତାଦଳର ୱେବିନାର ଯୋଡି ହେଲେ ୨ଲକ୍ଷ ୩୩ହଜାରରୁ ଅଧିକ ବ୍ୟକ୍ତି : ଦେଖିଲେ ଲକ୍ଷେରୁ ଅଧିକ କୋଭିଡ ମହାମାରୀର ମୁକାବିଲା ଲାଗି ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ଦକ୍ଷେ ସଂକ୍ରାନ୍ତରେ ବିଜୁ ଯୁବ ଜନତାଦଳ ଓ ବିଜୁ ଛାତ୍ର ଜନତାଦଳ କ୍ଷରୁ ଆଜି ଏକ ୱେବନାର ଅନୁଷ୍ଠିତ ହୋଇଯାଇଛି । ‘ବିର୍ଯ୍ୟୟ ପରିଚାଳନା : କୋଭିଡ-୧୯ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେ’ ଶୀର୍ଷକ ଏହି ୱେବିନାରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବ୍ୟୋମକେଶ ରାୟ, ଦେବୀ ପ୍ରସାଦ ମିଶ୍ର, ଯୁବ ଜନତାଦଳ ସଭାପତି ଅମରେଶ ପତ୍ରି, ଛାତ୍ର ଜନତାଦଳ ସଭାତି ରାଣା ପ୍ରତା ପାତ୍ର, ପ୍ଲାଜମା ଦାନ କରିଥିବା ରାହୁଲ କୁମାର ସୁବୁଦ୍ଧି, କରୋନକୁ ଜିତିଥିବା ବରିଷ୍ଠ ଆଇନ୍‍ଜୀବୀ ବିଜୟ ଦାସ, ଡାକ୍ତର ଆଶୁତୋଷ ମହ।ପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ରହ୍ମାନନ୍ଦ ଶତପଥୀ, ଅଷ୍ଟ୍ରେଲିଆରୁ ଡାକ୍ତର ନଳିନୀ ପତି ଓ ଲଣ୍ଡନରୁ ଲଲାଟେନ୍ଦୁ ଦାସ ପ୍ରମୁଖ ଯୋଡିହୋଇ ଯାଇଥିଲେ ।

ଦଳର ଯୁବ ବ୍ୟାପାର ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଳବନ୍ତ ରାୟ ୱେବିନାର ପରିଚାଳନା କରିଥିବାବେଳେ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ପ୍ରଦର୍ଶନ ହୋଇଥିଲା । ବିଜୁ ଯୁବ ଜନତାଦଳ ଓ ଛାତ୍ର ଜନତାଦଳର ଏଭଳି ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହିତ କରୋନା ଯୁଦ୍ଧରେ ସହୋଗ ଲାଗି କହିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡିଶାରେ କୋଭିଡ-୧୯ ପରୀକ୍ଷା ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଥିବାବେଳେ କରୋନା ମୃତ୍ୟୁସଂଖ୍ୟା ସବୁଠାରୁ କମ୍‍ ରହିଛି । ରାଜ୍ୟ ସରକାର କରୋନା ମୁକାବିଲା ଲାଗି ନେଇଥିବା ଏକାଧିକ ପଦକ୍ଷେପରୁ ଏଭଳି ସୁଫଳ ମିଳିଛି । ୱେବନାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ରାଜ୍ୟ ସରକାର ନେଇଥିବା ବିଭିନ୍ନ ଦକ୍ଷେ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟରେ ଆରମ୍ଭ ହୋଇଥିବା ପ୍ଲାଜମା ଚିକିତ୍ସା କିଭଳି ଫଳବତୀ ହୋଇ ଜୀବନ ରକ୍ଷା କରିାରୁଛି ତାହା ଉଲ୍ଲେଖ କରିଥିଲେ । ଟେଲି ମେଡିସିନ, କୋଭିଡ ଡାକ୍ତରକାନା, ଟିମଏମ୍‍ସି, ନମୂନା ପରୀକ୍ଷା, ଟ୍ରେସିଂ ଆଦି ସଂକ୍ରାନ୍ତରେ ଶ୍ରୀ ଦାସ ବିସ୍ତୃତ ସୂଚନା ଦେଇଥିଲେ ।

ସାଂସଦ ଡକ୍ଟର ସାମନ୍ତ କହିଥିଲେ ଯେ ରାଜ୍ୟ ସରକାର ଦକ୍ଷେ ଯୋଗୁଁ ଏବେ ଦୈନିକ ୫୦ହଜାରରୁ ଅଧିକ ନମୂନା ରୀକ୍ଷା ହୋଇାରିଛି । ଏହି ଅବସରରେ ପ୍ଲାଜମା ଦାନ କରିଥିବା ଶ୍ରୀ ସୁବୁଦ୍ଧି ଓ କରୋନାକୁ ହରାଇଥିବା ଆଇନ୍‍ଜୀବୀ ଶ୍ରୀ ଦାସ ସେମାନଙ୍କର ଅନୁଭୂତି ବଖାଣିଥିଲେ । ରାଜ୍ୟ ସରକାର ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକଣା ସମୟରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଓଡିଶାରେ କରୋନା ନିୟନ୍ତ୍ରଣ ହୋଇପାରିଥିବା ଅଷ୍ଟ୍ରେଲିଆରୁ ଡାକ୍ତର ପତି ଓ ଲଣ୍ଡନରୁ ଶ୍ରୀ ଦାସ କହିଥିଲେ । ରାଜ୍ୟରେ କରୋନାର ଲକ୍ଷଣ ଓ ନିୟନ୍ତ୍ରଣ ସଂକ୍ରାନ୍ତରେ ଡାକ୍ତର ମହାପାତ୍ର ସୂଚନା ଦେଇଥିବାବେଳେ ବିଧାୟକମାନେ ସରକାର ନେଇଥିବା ବିଭିନ୍ନ ଦକ୍ଷେ ସଂକ୍ରାନ୍ତରେ୍‍ ସୂଚନା ଦେଇଥିଲେ । ଶ୍ରୀ ପତ୍ରି ଓ ଶ୍ରୀ ପାତ୍ର ଛାତ୍ର ଓ ଯୁବ ଜନତାଦଳ ପକ୍ଷରୁ କରୋନା ମହାମାରୀ ସଂକ୍ରାନ୍ତରେ ନିଆଯାଉଥିବା ଦକ୍ଷେ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଆଜିର ଏହି ସଫଳ ୱେବନାରରେ ୨,୩୩,୪୫୫ ଜଣ ବ୍ୟକ୍ତି ଯୋଡିହୋଇ ଯାଇଥିବାବେଳେ ଏହାକୁ ଏକ ଲକ୍ଷର ଉର୍ଧ ଲୋକ ଦେଖିଥିଲେ ଏବଂ ୨ହଜାରରୁ ଅଧିକ ଲାଇକ୍‍ କରିଥିଲେ ।

Exit mobile version