Home ଓଡ଼ିଶା ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ରାଜନୀତି : ସହାୟତା ବଦଳରେ ଯାତନା ଭୋଗୁଛନ୍ତି ହିତାଧିକାରୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଶେରଗଡ଼/ହିଞ୍ଜିଳିକାଟୁ :-> ପୂର୍ବ ସରକାରଙ୍କ ଅମଳରେ ପ୍ରଣୟନ ହୋଇଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ପ୍ରାୟତଃ ସବୁ ବର୍ଗର ଲୋକଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି। ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ମଧ୍ୟରେ ତତ୍କାଳୀନ ରାଜ୍ୟ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନା ଥିଲା ଅନ୍ୟତମ । ଦୁଃଖଦ ପରିସ୍ଥିତିର ସାମ୍ନା କରୁଥିବା ନିରୀହ ଓ ଅନଟନ ପରିବାର ପ୍ରତି ସରକାରଙ୍କ ସହାନୁଭୂତି ଓ ତତ୍କାଳ ସହାୟତା ଆଭିମୁଖ୍ୟ ଯୋଗୁଁ ଯୋଜନାଟି ସବୁ ବର୍ଗର ଲୋକଙ୍କ ପାଇଁ ବରଦାନ ସଦୃଶ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯୋଜନାରେ ମୃତକ ପରିବାରର ହିତାଧିକାରୀଙ୍କୁ ତତ୍କାଳ ସହାୟତା ଅର୍ଥ ପ୍ରଦାନ କରିବା ପାଇଁ ପଞ୍ଚାୟତ ସ୍ତରରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ଉତ୍ତର ଦାୟିତ୍ଵ ନ୍ୟସ୍ତ କରା ଯାଇଛି। ଏହି ଦୁର୍ଦ୍ଦିନ ଓ ଦୁଃସ୍ଥିତିରେ ସଂପୃକ୍ତ ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧିକାରୀ ନିଜ ନିଜ କର୍ତ୍ତବ୍ୟ ଓ ଗୁରୁ ଦାୟିତ୍ବକୁ ତୁଲାଇବାର ଆବଶ୍ୟକତା ମଧ୍ଯ ରହିଛି। ନିୟମ ଅନୁଯାୟୀ ମୃତ ବ୍ୟକ୍ତିର ଶବ ସତ୍କାର ହେବା ପୂର୍ବରୁ ନିର୍ବାଚିତ ସରପଞ୍ଚ ଉପସ୍ଥିତ ରହି ତତ୍କାଳ ସହାୟତା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ରହିଛି । ମୃତ୍ୟୁର ୧୫ ଦିନ ମଧ୍ୟରେ କାଗଜପତ୍ର ଦରଜ କରିବା ପାଇଁ ନିୟମ ରହିଛି। କିନ୍ତୁ ରାଜନୀତି କେଁ ଯୋଗୁଁ ଏଥିରେ ବି ବ୍ୟତିକ୍ରମ ଦେଖା ଦେଇଛି। ରାଜନୀତିର ପଶାପାଲିରେ ପେଶି ହୋଇ କିଛି ହିତାଧିକାରୀ ଅବହେଳିତ ହୋଇଛନ୍ତି।ପରିଣାମ ସ୍ବରୂପ ହରିଶ୍ଚନ୍ଦ୍ର ସହାୟତା ରାଶି ପାଇବାରୁ ସେମାନେ ବଞ୍ଚିତ ହୋଇଛନ୍ତି । ଏପରିକି ସହାୟତା ରାଶି ପାଇଁ ମାସ ମାସ ଧରି ଅପେକ୍ଷା କରିବକୁ ପଡ଼ିଛି। ସମୟ ଅତିକ୍ରାନ୍ତ ହେଲା ପରେ ମଧ୍ୟ ସହାୟତା ରାଶି ମିଳିବା ସେମାନଙ୍କ ପାଇଁ ସାତ ସପନ ପାଲଟିଛି । ଏଭଳି ସ୍ଥିତିରେ ମାନସିକ ଚାପ ଓ ଦୁଶ୍ଚିନ୍ତାରେ ଦିନ ଗଣୁଛନ୍ତି ବହୁ ଯୋଗ୍ୟ ହିତାଧିକାରୀ। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ପିତଳ ପଞ୍ଚାୟତରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସଂମ୍ପୃକ୍ତ ପଞ୍ଚାୟତ ତରଫରୁ ଅଦ୍ୟାବଧି ୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ରାଶି ବାବଦରେ ଟଙ୍କା ଟିଏ ମଧ୍ଯ ମିଳିନାହିଁ। ଏ ପର୍ଯ୍ୟନ୍ତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଯୋଜନାର ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ନିଦାବିଷ୍ଣୁ ସାଜି ଥିବା ହିତାଧିକାରମାନେ ଅଭିଯୋଗ କରିଛନ୍ତି। ସବୁଠାରୁ ଆଲୋଚ୍ୟ ପ୍ରସଙ୍ଗ ହେଲା ସ୍ୱାମୀଙ୍କ ଦେହାନ୍ତ ପରେ ୱାର୍ଡସଭ୍ୟା ସ୍ୱପ୍ନାରାଣୀ ମିଶ୍ର ସହାୟତା ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ସହାୟତା ରାଶି ମିଳିନାହିଁ। ସୂଚନା ମୁତାବକ ଗତ ଦେଢ଼ ବର୍ଷ ତଳେ ପିତଳ ପଞ୍ଚାୟତ ରଥ ସାହି ବାସିନ୍ଦା ବାସନ୍ତୀ ଆଚାରୀ ଓ ସୁରେନ୍ଦ୍ର ମହାନ୍ତି, ଚଷା ପିତଳ ଗ୍ରାମର ରୁକ୍ମଣା ମହାପାତ୍ର ଓ ରଙ୍ଗୁଣି ସାହି ବାସିନ୍ଦା ରଜନୀକାନ୍ତ ମିଶ୍ରଙ୍କ ମୃତ୍ୟୁ ଘଟିଛି। ଆଜି ଯାଏଁ ମୃତକଙ୍କ ହିତାଧିକାରୀଙ୍କୁ ସହାୟତା ରାଶି ୨ ହଜାର ଟଙ୍କା ଲେଖାଏଁ ମିଳି ନ ଥିବା ଅଭିଯୋଗ ହୋଇଛି। ସେହିପରି ଗତ ୬ ମାସରୁ ଅଧିକ ସମୟ ହେଲା ରଥ ସାହି ବାସିନ୍ଦା କୌତୁକି ମହାନ୍ତି, କନକ ମଞ୍ଜରୀ ମହାପାତ୍ର ଓ ବଉଳ କୋଳି ସାହିର ଟି. ଖଲିଙ୍କ ମୃତ୍ୟୁ ଘଟିଛି। ଆଜି ପର୍ଯ୍ୟନ୍ତ ମୃତକଙ୍କ ହିତାଧିକାରୀଙ୍କୁ ସହାୟତା ରାଶି ୩ହଜାର ଟଙ୍କା ଲେଖାଏଁ ମିଳି ନ ଥିବା ମଧ୍ୟ ଅଭିଯୋଗ ହୋଇଛି । ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଅର୍ଥ ମଞ୍ଜୁର ହୋଇ ଶେରଗଡ଼ ବ୍ଲକ ଜରିଆରେ ପଞ୍ଚାୟତ ପାଣ୍ଠିକୁ ଅର୍ଥ ଜମା ହୋଇଛି। କିନ୍ତୁ ସରପଞ୍ଚଙ୍କ ମନମୁଖୀ ଓ କାଳକ୍ଷେପଣ ନୀତି ସହ ନିର୍ବାହୀ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ନିରୀହ ହିତାଧିକାରୀଙ୍କ ପ୍ରତି ଜାଣିଶୁଣି ଘୋର ଅବହେଳା ପ୍ରଦର୍ଶନ କରାଯିବା ସହ ବିଷମ ପରିସ୍ଥିତି ସୃଷ୍ଟି କରାଯାଇଛି। ସେମାନଙ୍କ ପ୍ରତି ହୋଇଥିବା ଅଣଦେଖା ଓ ପ୍ରବଞ୍ଚନା ସଂପର୍କରେ ଜାଣିବା ପରେ ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ପିଙ୍କୁ ପରିଡ଼ା ଘୋର ଉଦବେଗ ପ୍ରକାଶ କରିବା ସହ ଅଭିଯୋଗ ମଧ୍ୟ କରିଛନ୍ତି। ଏଥି ପୁର୍ବରୁ ଅନେକ ଯୋଗ୍ୟ ହିତାଧିକାରୀ ହରିଶ୍ଚନ୍ଦ୍ର ସହାୟତା ରାଶି ପାଇଁ ଆବେଦନ କରିଥିଲେ ମଧ୍ୟ ସେମନେ ମଧ୍ୟ ପ୍ରତାରଣାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ଏକ ନିରପେକ୍ଷ ତଦନ୍ତ ସହ ସତ୍ୟାସତ୍ୟ ଯାଞ୍ଚ କରାଯାଇ ସହାୟତା ରାଶି ପ୍ରଦାନ କରିବା ପାଇଁ ଶ୍ରୀ ପରିଡ଼ା ପ୍ରଶାସନର ହସ୍ତକ୍ଷେପ ଲୋଡିଛନ୍ତି। Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026