୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ର ନବମ ଏବଂ ଦଶମ ଶ୍ରେଣୀ ର ୬୩ ଜଣ ଛାତ୍ର ଛାତ୍ରୀ ଉଦ୍ୟୋଗ (ପର୍ଯ୍ୟଟନ ଏବଂ ଆତିଥ୍ୟ )ପରିଦର୍ଶନ କରିଛନ୍ତି । ନୂଆଗାଁ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ର ୧୩ ଜଣ ବାଳକ,୧୫ ଜଣ ବାଳିକା ଏବଂ ଦଶମ ଶ୍ରେଣୀ ର ୧୮ ଜଣ ବାଳକ,୧୭ ଜଣ ବାଳିକା ମୋଟ ୬୩ ଜଣ ଛାତ୍ର ଛାତ୍ରୀ ଚୌଧୁରୀ ବସରେ ବିଦ୍ୟାଳୟର ଶିକ୍ଷକ ଅଙ୍କେଶ କୁମାର ସାହୁ , ଭୋକେସନାଲ ଶିକ୍ଷୟତ୍ରୀ ଅନନ୍ୟା ମିଶ୍ର, ରାଜ କିଶୋର ସାହୁ ଙ୍କ ସହିତ ନୟାଗଡ ରେ ଥିବା ହୋଟେଲ ଗୋପୀନାଥ କୁ ପରିଦର୍ଶନ ରେ ଯାଇଥିଲେ।

