ସମୀର ନାୟକ ମୃତ୍ୟୁର ନ୍ୟାୟ ପାଇଁ ବେଗୁନିଆ ଥାନା ଘେରାଉ

୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼  :-> ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବେଗୁନିଆ ଥାନା ଅଧୀନସ୍ଥ ଟୀକାତାଳ ଗ୍ରାମ ଗୌଡ଼ସାହିର ଗୁଲୁବାସ ନୟାକଙ୍କ ପୁଅ ସମୀର ନାୟକ (୨୪ )ବର୍ଷ ଚକାପଦl ଗ୍ରାମର ନୀଳାଞ୍ଚଳ ବେହେରାଙ୍କ ପୁଅ ଜିଲୁ ବେହେରା (୩୪)ବର୍ଷ ଙ୍କ ପାଖରେ ଟ୍ରାକ୍ଟର ଚାଳକ ଭାବେ ଚାକିରୀ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ ! ପ୍ରତିଦିନ ଟୀକାତାଳ ଗ୍ରାମର ଜିଲୁ ବେହେରା ସୀମିର ନୟାକଙ୍କୁ ତାଙ୍କ ଘରୁ ନବା ଆଣିବା କରୁଥିଲେ ! ଗତ ଜୁନ ମାସ ୧୯ ତାରିଖ ଦିନ ସକାଳୁ ଜିଲୁବେହେରା ସମୀର ନାୟକଙ୍କୁ ତାଙ୍କ ଘରୁ ନେଇ ରାତିରେ ଛାଡି ନ ଥିଲେ !

ସମୀର ନାୟକଙ୍କ ପରିବାର ବର୍ଗ ସମୀରକୁ ରାତିସାରା ଖୋଜି ନ ପାଇବାରୁ ପରଦିନ ୨୦ ତାରିଖରେ ବେଗୁନିଆ ଥାନାରେ ସମୀର ନିଖୋଜ ସମ୍ପର୍କରେ ପ୍ରାଥମିକ ଏତଲା ଦେଇଥିଲେ ! ୨୧ ତାରିଖ ଦିନ ବେଗୁନିଆ ଥାନା ପୋଲିସ ବାହିନୀ ନିଖୋଜ ଯୁବକ ସମୀର ନାୟକଙ୍କ ମରଶରୀର ରାଧାକାନ୍ତ ପୁର ପଞ୍ଚାୟତ ହଇସ୍କୁଲ ନିକଟସ୍ଥ ପୋଖରୀରୁ ମୃତ ଶରୀର ଉଦ୍ଧାର ସମୟରେ ! ଉଦ୍ଧାର ସମୟରେ ମୃତ ସମିରର ପାଟିରୁ ଓ ବେକ ତଳୁ ରକ୍ତ ବାହାରୁଥିଲା !

ଆଜକୁ ୪ମାସ ହେବ ମୃତ ସମୀର ନାୟକ ମୃତ୍ୟୁ ବରଣ କରିଥିଲେ ମଧ୍ୟ ବେଗୁନିଆ ପୋଲିସ ବାହିନୀ ହତ୍ୟାକାରୀକୁ ଗିରଫ କରି ନାହିଁ ଓ ମୃତ ସମୀରର ପରିବାରର ବର୍ଗଙ୍କୁ ଉଚିତ ନ୍ୟାୟ ମିଳୁ ନାହିଁ ! ବେଗୁନିଆ ପୋଲିସ ତଦନ୍ତରେ ଅବହେଳା ଓ ମୃତ ସମୀର ନୟାକଙ୍କ ପରିବାର ବର୍ଗଙ୍କୁ ଆଶାଳିନ ବ୍ୟବହାର ପ୍ରତିବାଦରେ ମଙ୍ଗଳବାର ଦିନ ସ୍ବର୍ଗତ ସମୀର ନୟାକଙ୍କ ପରିବାର ବର୍ଗଙ୍କ ସହିତ ଗ୍ରାମବାସୀ, ନବନିର୍ମାଣ ଶ୍ରମିକ ସଙ୍ଘସଭାପତି ସୁରେଶ ଚନ୍ଦ୍ର ମାନସିଂହ,

ଆମ ଆଦମୀ ପାର୍ଟିସଭାପତି କଳ୍ପତରୁ ପଣ୍ଡା , ସୂଚନା ଅଧିକାର କର୍ମୀ ବିକାଶ ଚନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ଶତାଧିକ ଆଦିବାସୀ ଯୁବକ, ଓ ଆଦିବାସୀ ମହିଳା ମାନେ ବେଗୁନିଆ ଥାନା ଘେରାଉ କରିଥିଲେ ! ମୃତ ସମୀର ନାୟକଙ୍କ ପରିବାର ବର୍ଗ ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାପାଳ, ଖୋର୍ଦ୍ଧା ଜିଲ୍ଲା ପୋଲିସ ଆରକ୍ଷୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ଓରାଜ୍ୟ ଆଇନ ସଚିବ ପ୍ରମୁଖଙ୍କୁ ଲିଖିତ ଅଭିଯୋଗ କରିଅଛନ୍ତି !

ଏ ସମ୍ପର୍କରେ ବେଗୁନିଆ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ପଚାରିବାରୁ ସେ କହିଲେ ଘଟଣାର ତଦନ୍ତ ଚାଲିଛି ଅସମୀଙ୍କୁ ଶୀଘ୍ର ଗିରଫ କରାଯିବ l ଆଇନ ଶୃଙ୍ଖଳା ରାକ୍ଷକରିବା ପାଇଁ ଘଟଣାସ୍ଥଳରେ ଖୋର୍ଦ୍ଧାଜିଲ୍ଲା ଡ଼ିଏସପି ଅନିଲ କୁମାର ମହାନ୍ତି ସମେତ ସମସ୍ତ ପୋଲିସ ବାହିନୀ ଉପସ୍ଥିତ ରହିଥିଲେ l

Exit mobile version