ସିଏମସି ୫୯ ନମ୍ବର ୱ।ର୍ଡ଼ କଂଗ୍ରେସ ପକ୍ଷରୁ ଗାନ୍ଧି ଜୟନ୍ତୀ ପାଳନ

୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ତେଲଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀସ୍ମୃତି ପୀଠରେ ବୁଧବାର ଦିନ କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ର ପୂର୍ବତନ କଂଗ୍ରେସ କମିଟିର ସଭାପତି ତଥା ସମାଜ ସେବୀ ପ୍ରଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ସକାଳ ସାଢ଼େ ୭ଟାରେ ପହଞ୍ଚି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ପୂର୍ବତନ କଂଗ୍ରେସ ୱ।ର୍ଡ଼ ସଭାପତି ଶ୍ରୀ ମହାନ୍ତି ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ ଗାନ୍ଧିଜୀଙ୍କ ଆଦର୍ଶରେ ଆନୁପ୍ରାଣୀତ ହୋଇ କାର୍ଯ୍ୟ କରିବାକୁ କହିଥିଲେ । ଉକ୍ତ ଉତ୍ସବରେ ଅନିଲ କୁମାର ଵେଉରା , କରିମ୍ ସା,ରବିନ୍ଦ୍ର ସାହୁ , ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

Exit mobile version