ତେଲଙ୍ଗାପେଣ୍ଠରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ

୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ଜିଲ୍ଲା ସ୍ଥରୀୟ ୧୫୫ ତମ ଗାନ୍ଧୀ ଜୟନ୍ତୀ ପାଳନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ , ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ପରେ ପରେ ଗାନ୍ଧୀ ଦର୍ଶନ ଉପରେ ଆଧାରିତ ଫଟୋ ପ୍ରଦର୍ଶନୀକୁ ଫିତାକାଟି ଉଦଘାଟନ କରିବା ସହିତ ଗାନ୍ଧିଜୀଙ୍କ ଓଡ଼ିଶା ଆସିବା ସମୟରେ ଯେଉଁ ସ୍ଥାନରେ ଅବସ୍ଥାନ କରିଥିଲେ ସେସବୁ ସ୍ଥାନର ଫଟୋ ଚିତ୍ର ବୁଲି ଦେଖିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ଯୋଗ ଦେଇ କହିଲେ ଯେ , ଗାନ୍ଧିଜୀ ପଦଯାତ୍ରାରେ ବାଲିଅନ୍ତାରୁ ଆସି ଏହି ତେଲଙ୍ଗାପେଣ୍ଠରେ ଗୋଟିଏ ରାତ୍ରି ବିତାଇଥିଲେ , ତେଲଙ୍ଗାପେଣ୍ଠର ଏହି ପବିତ୍ର ମାଟିକୁ ପ୍ରଣାମ କରୁଛି ।

ଗାନ୍ଧିଜୀଙ୍କର ସ୍ୱପ୍ନ ଥିଲା ଗାଁର ବିକାଶ ହେଲେ ଦେଶର ବିକାଶ ହୋଇପାରିବ । ଗାଁର ତଳସ୍ଥରରେ ରହିଥିବା ଲୋକଟି କିଭଳି ଉନ୍ନତି ହୋଇପାରିବ ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୋଦି ସରକାର ଏବଂ ରାଜ୍ୟ ସରକାର ସାକାର କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ମହିଳାମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ସୁଭଦ୍ରା ଯୋଜନାରେ ଗତ ମାସ ୧୭ ତାରିଖରୁ ୨୫ ଲକ୍ଷ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ପଠା ଯାଇଛି ।

ଯେଉଁ ମହିଳା ମାନେ ଏହି ଅର୍ଥ ପାଇ ପାରିନାହାନ୍ତି ସେମାନଙ୍କୁ ଚଳିତ ମାସ ୯ ତାରିଖରେ ୪୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଅର୍ଥ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ସଭାରେ ମୁଖ୍ୟ ବକ୍ତା ଭାବେ କଟକ ସାଂସଦ ଭତୃହରି ମହତାବ , କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ , କଟକ -ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳ , ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା ,

କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ସିନ୍ଦେ ଭାନୁସାହେବ , ସୂଚନା ଲୋକ ସଂପର୍କ ନିର୍ଦ୍ଦେଶକ ସରୋଜ ସାମଲ, ସିଏମସି କମିଶନର ଅନାମ ଚରଣ ପାତ୍ର , ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବକୃତା ,ଚିତ୍ରାଙ୍କନ ରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ ।

Exit mobile version